www.samajalive.in
Monday, December 8, 2025
14.1 C
Bhubaneswar

୬୪ ଜୀବନ ନେଲା ସାମୁଦ୍ରିକ ଝଡ଼ ‘ହେଲେନ’

ୱାଶିଂଟନ: ସାମୁଦ୍ରିକ ଝଡ଼ ‘ହେଲେନ’ ଆମେରିକାର ବିଭିନ୍ନ ପ୍ରାନ୍ତରେ ୬୪ଜଣଙ୍କ ଜୀବନ ନେଇଛି। ଗୁରୁବାର ରାତିରେ ହେଲେନ ଫ୍ଲୋରିଡ଼ା ଉପକୂଳ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା। ହେଲେନ ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ପବନ ହେଉଥିବା ଜଣାପଡ଼ିଛି। ପ୍ରବଳ ପବନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଏଥିସହ ବହୁସଂଖ୍ୟକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ପବନ ସହ ପ୍ରବଳ ବର୍ଷା ହେବାରୁ ରାସ୍ତାଘାଟ ଜଳମଗ୍ନ ହୋଇ ପଡ଼ିଥିଲା। ଫ୍ଲୋରିଡ଼ାରୁ ହେଲେନ ଉତ୍ତର ଦିଗକୁ ଗତି କରି ଜର୍ଜିଆ, ଟେନେସି ଓ କାରିଲିଅନ୍ସ ଆଦି ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ କିଲୋମିଟରକୁ କମି ଯାଇଥିଲା। ଅନ୍ୟପକ୍ଷରେ ବର୍ଷା ଜାରି ରହିଥିବାରୁ ସେ ଅଞ୍ଚଳର ପରିସ୍ଥିତି ଚିନ୍ତାଜନକ ରହିଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୟୁନିକୋଇ କାଉଣ୍ଟିର ଏକ ଡାକ୍ତରଖାନା ଛାତ ଉପରେ ଆଶ୍ରୟ ନେଇଥିବା ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ରାସ୍ତାରେ ପାଣି ଚାଲିଥିବାରୁ ଘରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ତେବେ ଗାଡ଼ି ଚଳାଚଳରେ ଅସୁବିଧା ଦେଖା ଦେଇଥିବାରୁ ଉଦ୍ଧାର କାର୍ଯ୍ୟରେ ବୋଟ୍‌ ଓ ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଟେନେସି ଅଞ୍ଚଳରେ ଥିବା ଏକ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଏହାର ଅବବାହିକାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିବା ପ୍ରଶାସନ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories