ଘରର ଛାତ ଉପରେ ଅମୋଲ ତିଆରି କଲେ ପ୍ରଥମ ସ୍ୱଦେଶୀ ବିମାନ

0

ମୁମ୍ବଇ :ଘରର ଛାତ ଉପରେ ଅମୋଲ ଯାଦବ ନାମକ ବ୍ୟକ୍ତି ଏକ ବିମାନ ତିଆରି କରିଛନ୍ତି। ଅମୋଲ ପେଶାରେ ଜଣେ ପାଇଲଟ୍‍। ହେଲେ ସେ ଏକ ବିମାନ ନିର୍ମାଣ ପାଇଁ ଆଗ୍ରହ ଦେଖାଇଥିଲେ। ୨୦୧୧ ମସିହାରୁ ଅନମୋଲ ଯାଦବ ନାମକ ଏକ ଯୁବକ ଏହି ବିମାନ ନିର୍ମାଣ କରିଥିଲେ। କେବଳ ସରକାରୀ ସୀକୃତି ମିଳିବାକୁ ହିଁ ଅପେକ୍ଷା ଥିଲା ଯାହା ଏବେ ମିଳି ସାରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‍ ତାଙ୍କୁ ଡିଜିସିଏ ପ୍ରମାଣ ପତ୍ର ଦେଇଛନ୍ତି। ସେ ଏହି ଉଡାଜାହାଜ ନିର୍ମାଣ କରିବା ପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ସବୁଠାରୁ ବଡ କଥା ହେଉଛି ଏହି ବିମାନଟି ପ୍ରଥମ ସ୍ୱଦେଶୀ ବିମାନ ଯାହାକୁ ସରକାରୀ ସ୍ୱୀକୃତି ମିଳିଛି।
ଅନମୋଲଙ୍କ ଏହି ସଫଳତାକୁ ନେଇ ସମଗ୍ର ମହାରାଷ୍ଟ୍ର ଗର୍ବ ଅନୁଭବ କରିଛି। ଅନମୋଲଙ୍କ ଏହି ସଫଳତାକୁ ସରକାରଙ୍କ ମେକ ଇନ ଇଣ୍ଡିଆ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି।
ମହାରାଷ୍ଟ୍ର ସରକାର ଅନମୋଲଙ୍କୁ ଆର୍ଥିକ ସହୟତା ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‍ନାଭିସ୍‍ ଅନମୋଲଙ୍କ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି। ଅନମୋଲଙ୍କ ସ୍ୱପ୍ନ ରହିଛି ଯେ ସେ ଭାରତରେ ଛୋଟ ଛୋଟ ଉଡାଜାହାଜ ନିର୍ମାଣ କରିବେ। ଏଥିପାଇଁ ସେ ମହାରାଷ୍ଟ୍ର ସରକାରଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି।

Leave A Reply