www.samajalive.in
Sunday, December 7, 2025
23.1 C
Bhubaneswar

ମୁମ୍ବଇରେ ବର୍ଷା ତାଣ୍ଡବ: ଅନେକ ସ୍ଥାନ ଜଳମଗ୍ନ, ଟ୍ରେନ୍ ସେବା ବାଧାପ୍ରାପ୍ତ

ମୁମ୍ବଇ : ମୁମ୍ବଇରେ ତାଣ୍ଡବ ରଚିଛି ବର୍ଷା। ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କ କହିବାନୁସାରେ, ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ପାଣିରେ ବୁଡ଼ିଯିବା କାରଣରୁ ଉମ୍ବରମାଲି ରେଳ ଷ୍ଟେସନ ଏବଂ କସାରା ମଧ୍ୟରେ ଲୋକାଲ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି। ସେ ଆହୁରି କହିଛନ୍ତି ଯେ, ଜଳସ୍ତର ଯୋଗୁଁ ଇଗତପୁରିଆ ଏବଂ ଖର୍ଦି ମଧ୍ୟରେ ଟ୍ରେନ୍ ସେବା ସାମୟିକ ଭାବେ ବନ୍ଦ ହୋଇଯାଇଛି।

- Advertisement -

ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖା ଦେଇଥିଲା। ମଲାଡ-ଯୋଗେଶ୍ୱରୀ, ଇଷ୍ଟର୍ନ ଫ୍ରିୱେ ଏବଂ ଭିଲେ ପାର୍ଲେ-ବାନ୍ଦ୍ରା ବେଲ୍ଟ ଜଳମଗ୍ନ ହୋଇଥିବା ସୂଚନା ମିଳିଛି। ଇଷ୍ଟର୍ନ ଏକ୍ସପ୍ରେସ ରାଜପଥରେ ଥିବା ଭଣ୍ଡୁପ-ମୁଲୁଣ୍ଡ ବେଲ୍ଟରେ ଜଳସ୍ତର ଓ ଖାଲ ଯୋଗୁଁ ସମସ୍ୟା ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ନାଶିକର ତ୍ରିମ୍ବକେଶ୍ୱର ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଯାଇଛି।

ସୂଚନାଯୋଗ୍ୟ, ବୁଧବାର ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ, ପାଲଘର, ଥାନେ ଏବଂ ରାୟଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲେ। ନାଭି ମୁମ୍ବଇ ଏବଂ ଥାନେକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମୁମ୍ବଇ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories