www.samajalive.in
Saturday, December 13, 2025
18.1 C
Bhubaneswar

କମିଲା ତାତି, ୮ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର : ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଯେଉଁ ସହରରେ ମାସେରୁ ଅଧିକ ସମୟ ହେଲା ପାରଦ ୪୦ଂରୁ ତଳକୁ ଖସୁ ନଥିଲା ସେଠାରେ ତାପମାତ୍ରାରେ ୩ଂରୁ ୪ଂ ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ ହୋଇଛି। ବିଶେଷକରି ତାତିରେ ଜଳୁଥିବା ପଶ୍ଚିମ ଓଡ଼ିଶାରେ ପାରଦ ୩୪ଂ ପର୍ଯ୍ୟନ୍ତ ଖସିଆସିଛି। ଅସହ୍ୟ ତାତିରେ ସିଝୁଥିବା ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୋଳ, ତାଳଚେର ଆଦି ସହରରେ ପାଗ ଥଣ୍ଡାମୟ ହୋଇଛି। ଆଜି କେବଳ ସୋନପୁରରେ ତାପମାତ୍ରା ୪୦ଂ ଅତିକ୍ରମ କରିଥିଲା। ଏବେ ତାତି କମିବ ଆଉ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା କାଲିଠାରୁ ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମଙ୍ଗଳବାର ୧୦ରୁ ଅଧିକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ।

ସୋମବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧.୨ଂ ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୩୯.୩ଂ, ସୁନ୍ଦରଗଡ଼ରେ ୩୮ଂ, ମାଲକାନଗିରିରେ ୪୬.୫ଂ, ବାରିପଦାରେ ୩୫.୫ଂ, ଝାରସୁଗୁଡ଼ା ଓ କେନ୍ଦୁଝରଗଡ଼ରେ ୩୫.୨ଂ, ସମ୍ବଲପୁରରେ ୩୪.୫ଂ, ହୀରାକୁଦରେ ୩୩.୫ଂ, ଅନୁଗୋଳରେ ୩୩.୭ଂ, ଫୁଲବାଣୀରେ ୩୧.୫ଂ, ଟିଟିଲାଗଡ଼ରେ ୩୧ଂ, ବଲାଙ୍ଗୀରରେ ୩୦.୬ଂ, ଭବାନୀପାଟଣାରେ ୩୦ଂ ରେକର୍ଡ କରାଯାଇଛି। ଅନୁରୂପ ଭାବେ ଉପକୂଳ ଜିଲାମାନଙ୍କରେ ତାପମାତ୍ରା ହ୍ରାସ ପାଇଛି। ଆଜି ବାଲେଶ୍ବରରେ ତାପମାତ୍ରା ୩୫.୮ଂ, ଚାନ୍ଦବାଲିରେ ୩୫.୩ଂ, ଭୁବନେଶ୍ବରରେ ୩୫ଂ, ପୁରୀରେ ୩୪.୪ଂ, ଗୋପାଳପୁରରେ ୩୧.୬ଂ ରହିଥିଲା।

- Advertisement -

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୪ ତାରିଖରେ କଳହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ପବନର ବେଗ ୩୦ରୁ ୪୦ କିମି ମଧ୍ୟରେ ରହିବ। ସେହିପରି ୬ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ, ୭ ତାରିଖରେ ଏହି ଜିଲା ବ୍ୟତୀତ କେନ୍ଦୁଝର, ଯାଜପୁର, କେନ୍ଦ୍ରପଡ଼ା ଓ ଗଜପତି ଏବଂ ୮ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ବାଲେଶ୍ବରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories