www.samajalive.in
Friday, December 12, 2025
15.1 C
Bhubaneswar

ବିଜୟ ଚୋପ୍ରାଙ୍କ ପରଲୋକରେ ଆଇଏନଏସ୍‌ର ଶୋକ

ନୂଆଦିଲ୍ଲୀ : ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ୍‌)ର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଦିଲ୍ଲୀର ଆଞ୍ଚଳିକ ନିର୍ଦେଶକ ବିଜୟ କୁମାର ଚୋପ୍ରାଙ୍କ ପରଲୋକରେ ଆଇଏନଏସ୍ ଅଧ୍ୟକ୍ଷ ଜୟନ୍ତ ମାମେନ ମ୍ୟାଥ୍ୟୁ ଶୋକ ପ୍ରକାଶ କରିଛନ୍ତି। ଭାରତର ସମସ୍ତ ଛାପା ଗଣମାଧ୍ୟମ ପକ୍ଷରୁ ମ୍ୟାଥ୍ୟୁ ଶୋକ ପ୍ରକାଶ ପୂର୍ବକ ଚୋପ୍ରାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଶ୍ରୀ ଚୋପ୍ରା ୧୦ବର୍ଷରୁ ଅଧିକ ସମୟ ଧରି ଆଇଏନଏସ୍‌ର କାର୍ଯ୍ୟକାରୀ ସଦସ୍ୟ ରହିବା ସହିତ ରାଜଧାନୀ ଦିଲ୍ଲୀ ପାଇଁ ଆଇଏନଏସ୍‌ର ଆଞ୍ଚଳିକ ଅଧ୍ୟକ୍ଷ ଥିଲେ। ପ୍ରେସ କାଉନସିଲ ଅଫ ଇଣ୍ଡିଆରେ ମଧ୍ୟ ସେ ଆଇଏନଏସ୍‌ର ପ୍ରତିନିଧିତ୍ବ କରିଥିଲେ। ଛାପା ଗଣମାଧ୍ୟମ ଓ ବିଜ୍ଞାପନ କ୍ଷେତ୍ରରେ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି ଶ୍ରୀ ମ୍ୟାଥ୍ୟୁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories