www.samajalive.in
Sunday, December 14, 2025
26.1 C
Bhubaneswar

ନାଇଡୁଙ୍କ ନିର୍ଦେଶକୁ ହଟାଇଲେ ଜଗନ; ଆନ୍ଧ୍ରରେ ସିବିଆଇକୁ କାର୍ଯ୍ୟାନୁଷ୍ଠାନ ଅନୁମତି

ଅମରାବତୀ : ୱାଇ ଏସ୍ ଜଗନମୋହନ ରେଡ୍ଡିଙ୍କ ନେତୃତ୍ବ ଆନ୍ଧ୍ରପ୍ରଦେଶ ସରକାର ସିବିଆଇକୁ ରାଜ୍ୟରେ ତଦନ୍ତ କାର୍ଯ୍ୟ କରିବା ଲାଗି ଅନୁମତି ଦେଇଛନ୍ତି। ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ଆନ୍ଧ୍ର ସରକାର ସିବିଆଇ କାର୍ଯ୍ୟରେ ରୋକ ଲଗାଇଥିଲେ। ଗତବର୍ଷ ନଭେମ୍ବରରେ ଚନ୍ଦ୍ରବାବୁ ଆନ୍ଧ୍ରରେ ସିବିଆଇକୁ ନିଷିଦ୍ଧ କରିବା ସହିତ ଆୟକର ଓ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢଉ ଉପରେ ରୋକ ଲଗାଇଥିଲେ। ନାଇଡୁଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଉପରେ ଅନୁରୂପ ରୋକ ଲଗାଇଥିଲେ। ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଅନୁଯାୟୀ ସିବିଆଇ କାର୍ଯ୍ୟ କରିଥାଏ। କୌଣସି ରାଜ୍ୟରେ ଚଢଉ କିମ୍ବା ତଦନ୍ତ କରିବାକୁ ହେଲେ ସିବିଆଇକୁ ସମ୍ପୃକ୍ତ ରାଜ୍ୟର ଅନୁମତି ନେବାକୁ ପଡିଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories