ଲକ୍ଷ୍ମୀପୁରରେ ବର୍ଷର ପ୍ରଥମ ଝଡ଼ିବର୍ଷା
ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ବର୍ଷର ପ୍ରଥମ ଝଡ଼ିବର୍ଷା ଶୁକ୍ରବାର ଆରମ୍ଭ ହୋଇଛି। ଦିନ ପ୍ରାୟ ଗୋଟାଏରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଅପରାହ୍ଣରେ ଏହା ବୃଦ୍ଧି ପାଇଥିଲା। ଫଳରେ ବଜାର ଘାଟ ଏକପ୍ରକାର ଜନ ଶୂନ୍ୟ ହୋଇ ପଡିଥିଲା କହିଲେ ଚଳେ। ସନ୍ଧ୍ୟାରେ କାଁଭାଁ ଲୋକେ ଛତା ଧରି ବାହାରକୁ ଆସି ଥିଲେ। ତେବେ ଲୋକଙ୍କ ସେଇଭଳି ଚଳ ପ୍ରଚଳ ନଥିବା କାରଣରୁ ଦୋକନ ବଜାର ଖାଁ ଖାଁ ଲାଗୁଥିଲା। ତେବେ ଚଳିତ ବର୍ଷ ପ୍ରବଳ ଖରା କାରଣରୁ ଗରମରେ ଲୋକମାନେ ଆଉଟୁପାଉଟୁ ହେଉଥିବା ବେଳେ ପ୍ରାୟ ସପ୍ତାହେ ହେଲା ପାଗରେ କିଛିଟା ପରିବର୍ତ୍ତନ ଆସିଥିଲା। କିନ୍ତୁ ଶୁକ୍ରବାର ଝଡ଼ିବର୍ଷା ଲୋକଙ୍କୁ ଆଶ୍ବସ୍ତି ଆଣି ଦେଇଥିଲା ବେଳେ ଚାଷୀଙ୍କ ପାଇଁ ଏହା ସହାୟକ ହେବ ବୋଲି କୁହାଯାଇଛି।
Comments are closed.