www.samajalive.in
Monday, December 15, 2025
15.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବୁଡିଲା ରାସ୍ତା

କଳାପଥର : କଳାପଥର ଗ୍ରାମର ହରିଜନ ସାହିରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଆଜି ବହୁ ସମୟ ଧରି ମୂଷଳ ଧାରରେ ବର୍ଷା ହେବା ଫଳରେ ଅନେକ ଲୋକଙ୍କ ଦାଣ୍ଡ ପାଣି ଘରେ ପଶି ବାଡ଼ି ପଛ ପଟକୁ ବହି ଯାଇଛି ।  ଫଳରେ ଗ୍ରାମର ବ୍ରଜ ନାୟକଙ୍କ ଘର ଭୁଶୁଡି ପଡ଼ିଥିବାବେଳେ ଶରତ ନାୟକଙ୍କ ଘର  ମାଟି କାନ୍ଥ ଭାଙ୍ଗି ଯାଇଛି । ସମାଜସେବୀ ପ୍ରତାପ ମହାପାତ୍ର କଳାପଥର ଦମକଳ କେନ୍ଦ୍ର କର୍ମଚାରୀଙ୍କୁ ଖବର ଦେଇ ମଟର ଲଗାଇ ପାଣି ଖାଲି କରୁଥିବା ଦେଖିବାକୁ ମିଳିଥିଲା । ପରେ ରାସ୍ତା ରୋକ ହଟିଥିଲା । ବଘେଇ -ଠାରୁ  କେନ୍ଦୁପଲ୍ଲୀ ଦେଇ ନାଟେରୀକୁ ସଂଯୋଗ ୪ କିମି ପିଚୁ ରାସ୍ତା ନିମ୍ନ ମାନର କାମ ଚାଲୁ ରହିଥିବା ବେଳେ ଶଙ୍ଖ ଭାଙ୍ଗି ଯିବା ସହିତ ବର୍ଷା ଧାରରେ ଅତଡା ଖସି ରାସ୍ତା ନଷ୍ଟ ହୋଇ ଯାଇଛି ।

ବୈଦେଶ୍ୱର ବଜାରରେ ଡ୍ରେନରେ ବର୍ଷା ଜଳ ନିଷ୍କାସନ ନ ହୋଇ ଘର ଓ ଦୋକାନରେ ପାଣି ପଶି ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛି । ମେଗା ପାନୀୟ ଜଳ ଓ ଧାନ ଜମିକୁ ଲିପ୍ତ୍ରିକେଶନ ପାଇଁ ପାଇପ କାମ ଚାଲୁଥିବାବେଳେ ହିଡ଼ ବନ୍ଧା ନହୋଇ ଥିବାରୁ ଏକାଧିକ ଏକର ଜମି ବାଲିଚର ହୋଇଯାଇଛି । ବୈଦ୍ୟେଶ୍ୱର ପଂଚାୟତର ପୋଡ଼ପାଟଣା, କୁରୁମପଡା, ଇଚ୍ଛାପୁର ଗ୍ରାମରେ ଚାଷୀମାନଙ୍କର ଫସଲରେ ପାଣି ପଶି ନଷ୍ଟ ହୋଇଯାଇଛି । ଯଥାଶୀଘ୍ର ରାଜସ୍ୱ ନିରୀକ୍ଷକ ଖକ୍ଷକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ପଶ୍ଚିମ ବାଙ୍କୀ ଉର୍ଣ୍ଣୟନ ପରିଷଦର ସଭାପତି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ସମେତ ସମାଜସେବୀ ପ୍ରଦୀପ ପଟ୍ଟନାନାୟକ ଅନୁରୋଧ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories