www.samajalive.in
Saturday, December 6, 2025
15.1 C
Bhubaneswar

ସାଢେ ୮ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସକାଳୁ ସକାଳୁ ଅସହ୍ୟ ତାତି। ସାଢେ ୮ଟା ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗୀର ୩୫.୪, ଭଦ୍ରକ ୩୫, ଯାଜପୁର ୩୪.୮, ଭବାନୀପାଟଣା ଓ ଝାରସୁଗୁଡା ୩୪.୪ ଡିଗ୍ରୀ, କେନ୍ଦୁଝର ଓ କଟକ ୩୪, ଭୁବନେଶ୍ଵରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପାଇଁ କେନ୍ଦୁଝର, ମୟୁରଭଞ୍ଜ ଏବଂ ଅନୁଗୁଳ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ଵର , ଯାଜପୁର , ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଟକ , କେନ୍ଦ୍ରାପଡା ଏବଂ ଜଗତସିଂହପୁର ର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ସାମାନ୍ୟ ଆଶ୍ଵସ୍ତି ଦେଇପାରେ କାଳବୈଶାଖୀ। ଆଜିଠୁ ଦକ୍ଷିଣ ଓଡିଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ବିଜୁଳି, ଘଡଘଡି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories