ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରସ୍ତୁତ

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ଟିପିଡବୁଓଡିଏଲ୍ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁରରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ସନ୍ତୋଷ ଜନକ ବିଜୁଳି ପ୍ରଦାନ କ୍ଷେତ୍ରରେ କମ୍ପାନୀ ତରଫରୁ ବିସ୍ତୃତ ଭାବରେ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀରେ କାର୍ୟ୍ୟରତ ସମସ୍ତ ଲାଇନମେନ ତଥା ସହଯୋଗୀ ବ୍ୟବସାୟୀକ ସଂସ୍ଥାର କର୍ମଚାରୀମାନଙ୍କୁ ମିଶାଇ ପ୍ରାୟ ୫୦୦୦ କର୍ମଚାରୀଙ୍କୁ ୨୦୧ ଗୋଟି ସେକ୍ସନ୍ କାର୍ୟ୍ୟାଳୟରେ ନିଯୁକ୍ତ କରାଯାଇଛି। ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉପୁଜୁ ଥିବା ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ପ୍ରତିକୂଳ ପରିସ୍ଥିକୁ ଦୃଷ୍ଟିରେ ରଖି ଟିପିଡବ୍ଲୁଓଡିଏଲ୍ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ଶତକଡା ୧୨ ପ୍ରତିଶତ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼ୁଥିବା ଯୋଗୁଁ କମ୍ପାନୀ ତରଫରୁ ଗତ ଆର୍ଥକ ବର୍ଷ ମଧ୍ୟରେ ୫୧୭ ଗୋଟି ନୂତନ ସବଷ୍ଟେସନ୍ ନିର୍ମାଣ କରାଯାଇଛି। ୫୦୦ରୁ ଉର୍ଦ୍ଧ୍ୱ କମ୍ କ୍ଷମତା ସଂପର୍ଣ୍ଣ ଟ୍ରାନ୍ସଫର୍ମର ଗୁଡିକୁ ବଢାଇ ଦିଆଯାଇଛି। ପ୍ରାୟ ୨୦.୦୦୦ କ୍ୟୁ-ବି କିଲୋମିଟରରେ ୧୧ କେ.ଭି ଏବଂ ୩୩ ଭେରି ତାର ୫୬୦୦ ମିଟର ତାରରେ ରକ୍ଷଣାବେକ୍ଷଣ କାର୍ୟ୍ୟ ଶେଷ କରାଯାଇଛି। ଏହା ବ୍ୟତିତ ଗ୍ରାହକମାନଙ୍କର ଚାହିଦା ଅନୁଯାୟୀ ଏବଂ ଅବିରତ ବିଦ୍ୟୁତ୍ ସେବା ଯୋଗାଇବାକୁ ଯାଇ ଟିପିଡବ୍ଲୁଓଡିଏଲ୍ ତରଫରୁ ୯ ଗୋଟି ମେନ୍ଲିପଟର ମେସିନ୍, ୫୫ ଗୋଟି ପୋଲ ମାଷ୍ଟର, ୬୫ ଗୋଟି ହାଇଡ୍ରା ମେସିନ୍ ଏବଂ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ସମସ୍ତ ଡିଭିଜନ କାର୍ୟ୍ୟାଳୟରେ ମହକୃତ ରଖାଯାଇଛି। ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ ପ୍ରକାଶ କରୁଅଛି କି ଯେ, ବର୍ଦ୍ଧିତ ବିଦ୍ୟୁତ୍ ଶକ୍ତିର ଚାହିଦା ଯୋଗୁଁ ବିଦ୍ୟୁତ ଶକ୍ତିର କ୍ଷମତାକୁ ୧୮୦୦ ଏମ-ଭି-ଏ ପର୍ୟ୍ୟନ୍ତ ବଢାଇ ଦିଆଯାଇଅଛି। ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଅନବରତ ସେବା ଯୋଗାଇ ଦେବା ପାଇଁ କମ୍ପାନୀ ତତ୍ପର ରହିଛି ବୋଲି ସୂଚନା ଦିଆଯାଇଛି।

Comments are closed.