www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

କେନ୍ଦୁଝରଗଡ଼଼: କେନ୍ଦୁଝର ଲୋକସଭା ଆସନ ପାଇଁ କଂଗ୍ରେସ ୨୦୧୯ ନିର୍ବାଚନର ପ୍ରାର୍ଥୀ ମୋହନ ହେମ୍ବ୍ରମ୍‌‌ଙ୍କୁ ପୁଣିଥରେ ଚଳିତଥର ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଶ୍ରୀ ହେମ୍ବ୍ରମ୍‌‌ ଗତ ଲୋକସଭା ନିର୍ବାଚନ ପରେ ଦଳର କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାମିଲ ନହେବା ନେଇ ତାଙ୍କର ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲା କଂଗ୍ରେସ ସଭାପତିଙ୍କ ସମେତ ଜିଲାର ବହୁ ବରିଷ୍ଠ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଏପରିକି ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ନକଲେ ପ୍ରଚାରରେ ତାଙ୍କୁ ଦଳ ପକ୍ଷରୁ ସହଯୋଗ କରାଯିବ ନାହିଁ ବୋଲି ଜିଲା ସଭାପତି ମୋହନ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଥିଲେ। ଦଳର ଏଭଳି ବିଦ୍ରୋହ ଆଗରେ ପିସିସି କର୍ତ୍ତୃପକ୍ଷ ମୁଣ୍ଡ ନୁଆଁଇ ଶନିବାର ଶ୍ରୀ ହେମ୍ବ୍ରମ୍‌‌ଙ୍କ ସ୍ଥାନରେ ଗତଥର ପାଟଣା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଯୁବ ନେତା ଇଂ ବିନୋଦ ବିହାରୀ ନାୟକଙ୍କୁ ଚଳିତଥର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ସୂଚନାଯୋଗ୍ୟ ଯେ, ଶ୍ରୀ ନାୟକ ଜିଲା କଂଗ୍ରେସର ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ଶ୍ରୀ ନାୟକଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲା କଂଗ୍ରେସ ସଭାପତିଙ୍କ ସମେତ ସମସ୍ତ ବରିଷ୍ଠ ପଦାଧିକାରୀ ନିଜ ନିଜ ପଦରୁ ଦେଇଥିବା ଇସ୍ତଫାପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories