www.samajalive.in
Saturday, December 6, 2025
14.1 C
Bhubaneswar

ଗ୍ରୀଷ୍ମ ଲହରି: ଦିଲ୍ଲୀ, ୟୁପିକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ : ଗ୍ରୀଷ୍ମ ପ୍ରବାହକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜାତୀୟ ରାଜଧାନୀ ଦିଲ୍ଲୀ ସହିତ ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଝାଡଖଣ୍ଡ ଓ ହରିୟାଣାକୁ ରେଡ୍ ଆଲର୍ଟ ଜାରି କରିଛି। ଆସନ୍ତା ୧୯ ତାରିଖ ( ବୁଧବାର) ପର୍ଯ୍ୟନ୍ତ ଏହିସବୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ସୋମବାର ଆଇଏମଡିର ସାପ୍ତାହିକ ପାଣିପାଗ ସୂଚନା ଅନୁଯାୟୀ ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବାକୁ ଥିବାବେଳେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଅଧିକ ବର୍ଷା ହେବ। ଉତ୍ତର ଭାରତ ଗ୍ରୀଷ୍ମ ପ୍ରବାହରେ ଅତିଷ୍ଠ ହେବାକୁ ଥିବାବେଳେ ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରବଳ ବର୍ଷା ଆଶଙ୍କାକୁ ନେଇ ଆସାମ, ମେଘାଳୟ, ମଣିପୁରକୁ ଆଗାମୀ ୩ରୁ ୫ଦିନ ପାଇଁ ସତର୍କତା ଜାରି କରାଯାଇଛି। ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଝଡ ବର୍ଷା ହେବା ନେଇ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories