www.samajalive.in
Sunday, December 7, 2025
14.1 C
Bhubaneswar

କାଶୀପୁର ପରେ ବନ୍ଧୁଗାଁକୁ ବ୍ୟାପିଲା ଅଜଣା ରୋଗ: ରିପୋର୍ଟରେ ଡିପ୍‌ଥେରିଆ ସ୍ପଷ୍ଟ

ରାୟଗଡ଼ା : ରାୟଗଡ଼ା ଜିଲା କାଶୀପୁର ବ୍ଲକ ମୁନୁସପଦର ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ଘଟଣାର କାରଣ ଖୋଜା ଚାଲିଛି। ବର୍ତ୍ତମାନ ଉକ୍ତ ରୋଗ କୋଟାପୁଟ ଜିଲା ବନ୍ଧୁଗାଁ ବ୍ଲକକୁ ବ୍ୟାପିଲାଣି। ବନ୍ଧୁଗାଁ ବ୍ଲକର କୁମ୍ଭାରୀପୁଟ ଗାଁର ସୁବାରାଓ ମେଲକାଙ୍କ ପୁଅ ଜିପୁନ ମେଲକାକୁ ଥଣ୍ଡା, କାଶ ସହ ତଣ୍ଟି ଦରଜ ୫ ଦିନ ତଳେ ହୋଇଥିଲା। ତାଙ୍କର ଜ୍ୱର ଭଲ ନହେବାରୁ ପ୍ରଥମେ କୁମ୍ଭାରୀପୁଟ ତାପରେ ବନ୍ଧୁଗାଁ ମେଡିକାଲରେ ଚିକିତ୍ସା ପରେ ଗତକାଲି ରାତିରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିପୁନ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌‌ ଦିଆଯାଇଥିଲା। ଆଜି ଡାକ୍ତର ଅନୁଧ୍ୟାନ କରିବା ପରେ ତାଙ୍କୁ ମଧ୍ୟ ଡିପଥେରିଆ ହୋଇଥିବା ସନ୍ଦେହ କରି ଆଇସୋଲେସନରେ ରଖି ଚିକିତ୍ସା କରାଯାଇଥିଲା। ତାପରେ ତାଙ୍କୁ ଆଣ୍ଟି ଡିଫେରିଆ ସେରମ(ଏଡିଏସ) ଦିଆଯାଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)ରୁ ରିପୋର୍ଟ ଆସିଛି। ଏଥିରେ ୫ମ ମୃତ ଶିଶୁଟି ଡିପଥେରିଆ ରୋଗରେ ମୃତ୍ୟୁବରଣ କରିଥିବା ଆର୍‌ଏମ୍‌ଆର୍‌ସି ରିପୋର୍ଟରେ ଦର୍ଶାଯାଇଛି ବୋଲି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟ କହିଛନ୍ତି। ଏବେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋହନ ମାଝି , ବିଜୟ ମାଝି ଓ ହରି ମାଝି ଚିକିତ୍ସିତ ହେଉଛନ୍ତି। ସେଭଳି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଜୟରାମ ମାଝି , ମହେନ୍ଦ୍ର ମାଝି ଓ ପବିତ୍ର ମାଝି ଚିକିତ୍ସିତ ହେଉଛନ୍ତି। ଗତକାଲି ଆଗ୍ରା ଓ ହାଇଦ୍ରାବାଦରୁ ଏଡିଏସ୍‌ ଆସିବା ପରେ ମୋହନ ମାଝୀ, ପବିତ୍ର ମାଝୀ, ମହେନ୍ଦ୍ର ମାଝୀ ଓ ଜୟରାମ ମାଝୀଙ୍କୁ ତାହା ଦିଆଯାଇଛି। ରାୟଗଡ଼ାକୁ ୪୦ ଭାଏଲ ଏଡିଏସ ଆସିଥିବା ବେଳେ ବ୍ରହ୍ମପୁରକୁ ୩୦ ଭାଏଲ ଏଡିଏସ ଆସିଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଆସନ୍ତା ୩୦ ତାରିଖ ଯାଏ ପ୍ରତିଦିନ ଡାକ୍ତରୀ ଟିମ୍‌‌ ମୁନୁସପଦର ଗାଁ ସମେତ ନିକଟସ୍ଥ ୧୭ଟି ଗାଁକୁ ଗାଁ ବୁଲି ଏହି ରୋଗର ଲକ୍ଷଣ ଥିବା ବ୍ୟକ୍ତି କିମ୍ବା ଶିଶୁଙ୍କୁ ଠାବ କରିବେ। ଯାହା ପାଖରେ ଏଭଳି ଲକ୍ଷଣ ଥିଲେ ତୁରନ୍ତ ସେମାନଙ୍କୁ ମେଡିକାଲ ପଠାଇବାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଥିବା ସିଡିଏମ୍‌ଓ କହିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories