ବୌଦ୍ଧ : ଗ୍ରୀଷ୍ମ ପ୍ରବାହ ଓ ବିଦ୍ୟୁତ କାଟ, ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ :  ବୌଦ୍ଧ ଜିଲ୍ଲାରେ ଗତକିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜିଲ୍ଲାର ତାପମାତ୍ର କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଫଳରେ ରାଜ୍ୟର ଉତ୍ତପ୍ତ ଜିଲ୍ଲା ମଧ୍ୟରେ ବୌଦ୍ଧ ଜିଲ୍ଲା ସ୍ଥାନ ପାଇଛି । ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି। ଦିନ ୧୦ଟା ପରେ ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡୁଛି । ଦୋକାନ ବଜାର ଖାଁ ଖାଁ ଲାଗୁଛି । ପ୍ରବଳ ତାତି ଯୋଗୁଁ ଲୋକାମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଜିଲ୍ଲାରେ ଯେଭଳି ଭାବରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି, ଯଦି ଜନସାଧାରଣ ସତର୍କ ନ ରୁହନ୍ତି ତାହାହେଲେ ଅଂଶୁଘାତର ଅଧିକ ସମ୍ଭାବନା ରହିଛି । ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଅନ୍ୟ ପଟେ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ଖରା ଯୋଗୁଁ ଲସି, ସରବତ, ଆଖୁରସ ଦୋକାନ ଆଗରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

kalyan agarbati

Comments are closed.