www.samajalive.in
Sunday, December 14, 2025
26.1 C
Bhubaneswar

ତତଲା କଡ଼େଇରେ ସିଝୁଛି ରେଙ୍ଗାଲି, ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଦାବି

ରେଙ୍ଗାଲି : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରେଙ୍ଗାଲିବ୍ଲକ ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇପଡିଛି। ସକାଳ ୧୦ଟାରୁ ତାତି ଅସହ୍ଯ ହୋଇ ତାପମାତ୍ରା ୩୭/୩୮ ଡିଗ୍ରୀ ରହୁଥିବା ବେଳେ ମଧ୍ଯାହ୍ନରେ ୪୦ ରୁ ୪୧ଡିଗ୍ରୀ ସେଲସିୟସକୁ ଛୁଇଁଛି। ଅପରାହ୍ନ ୨ଟା ୩୦ମିନିଟରେ ବ୍ଳକର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁଛି। ପ୍ରଚଣ୍ଡ ତାତିରେ ପଙ୍ଖାରୁ ବି ତତଲା ପବନ ବାହାରୁଛି। ଲୋକେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି।

ତେବେ ପରିତାପର ବିଷୟ ଯେ ଏଭଳି ଉତ୍ତପ୍ତ ଆଗ୍ନେୟଗିରି ଭଲି ପରିବେଶରେ ଜନ ଜୀବନ ଡହଳ ବିକଳ ହେଉ ଥିବାବେଳେ  ବ୍ଳକ ଅଞ୍ଚଳରେ ସ୍କୁଲ କଲେଜ ଖୋଲା ରହିଛି। କୋମଳମତି ଛାତ୍ରଛାତ୍ରୀ  ପ୍ରଚଣ୍ଡ ତାତିରେ ଛଟପଟ ହୋଇ ପାଠ ପଢୁଥିଲେ ବି ଏପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରାଯାଇ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି ନୀତିନିୟମ ନିର୍ଦ୍ଧାରଣ କରୁଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଅନୁଭୂତ ହେଉ ନଥିବାରୁ ବୋଧହୁଏ ଖରାଛୁଟି ଘୋଷଣା ହେଉନାହିଁ ବୋଲି ସମାଲୋଚକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଆଉ କେତେ ଡିଗ୍ରୀ ଟପିଲେ ଖରାଛୁଟି ଘୋଷଣା ହେବ ବୋଲି ପ୍ରଶ୍ନ ହେଉଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଶୀଘ୍ର ଖରାଛୁଟି ଘୋଷଣା କରାଯାଉ ବୋଲି ଦାବି ହେଉଛି। ଖରାକୁ ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦର ନିଷ୍ପତ୍ତି ନେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରି ଥିବା ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ଏଦିଗରେ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories