www.samajalive.in
Sunday, December 14, 2025
14.1 C
Bhubaneswar

ଡ୍ରେନ ଉପରେ କରିଥିବା ଘରକୁ ଉଠାଇବା ପାଇଁ ନିର୍ଦ୍ଦେଶ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ୍ରେନ ଉପରେ କରିଥିବା ଘରକୁ ଉଠାଇବା ପାଇଁ  ପିଡବ୍ଲୁଡି ଅଧିକାରୀ ନିର୍ଦ୍ଦେଶ ଦେଇଥିବା ସହ ଚିହ୍ନଟ ଦେଇଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁରଠାରୁ ରାୟଗଡା ପର୍ଯ୍ୟନ୍ତ ୪୫ନମ୍ବର ରାଜ୍ୟ ରାଜପଥ ନିର୍ମାଣ କରାଯାଇଛି । କଲ୍ୟାଣସିଂହପୁର ସଦରରେ ରାସ୍ତା ନିର୍ମାଣ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରି ତା ଉପରେ ପ୍ଲେଟ ପକାଇଥିଲେ । ଉକ୍ତ ଡ୍ରେନ ଉପରେ କିଛି ଲୋକମାନେ ଘର ତିଆରି କରି ଦୋକାନ ଖୋଲିଥିବା ଓ ମୁଖ୍ୟ ରାସ୍ତା ଉପରେ ଉଠା ଦୋକାନୀମାନେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଅଭିଯୋଗ କରିବା ସହ ଉକ୍ତ ଖବର ବାରମ୍ବାର ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ଆଜି  ପିଡବ୍ଲୁଡି ଅଧିକାରୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ରାଜୀବ ବେହେରା ସଦର ହନୁମାନ ମନ୍ଦିରଠାରୁ ବ୍ଲକ ପର୍ଯ୍ୟନ୍ତ  ଡ୍ରେନ ଉପରେ କରିଥିବା ଦୋକାନ ଗୁଡିକୁ  ଡ୍ରେନର କିଛି ଦୂରରେ ରଖିବା ପାଇଁ କହି ଚିହ୍ନଟ ଦେଇଥିଲେ । ଯେଉଁ ଦୋକାନ ଗୁଡିକ ୭ଦିନ ମଧ୍ୟରେ ଭଙ୍ଗା ହୋଇନଥିବ ତାହା ହେଲେ ପ୍ରଶାସନ ଦ୍ୱାରା ଭଙ୍ଗାଯିବ ବୋଲି ସୂଚନା ମିଳିଛି ।ଉଠାଦୋକାନୀମାନେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ  ରାୟଗଡା ଜନଜାତି ଗ୍ରାମୀଣ ହାଟଠାରେ ଖୋଲିବା ପାଇଁ  ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories