www.samajalive.in
Monday, December 15, 2025
17.1 C
Bhubaneswar

ଆଠଗଡରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଜନଜୀବନ ଦୁର୍ବିସହ

ଆଠଗଡ :  ଆଠଗଡରେ ଗତ ୭ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଶନିବାର ତାପମାତ୍ରା ସର୍ବାଧିକ ୪୨ଂ ସେଲସିୟସ ରେକର୍ଡ ହୋଇଥିବା ଜଣାପଡିଛି । ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ସକାଳ ୯ଟା ପରଠାରୁ ସାଧାରଣ ଲୋକଙ୍କର ଯାତାୟତ କମିଯିବା ସହ ୧୧ଟା ସୁଦ୍ଧା ରାସ୍ତାଘାଟ ସଂପୂର୍ଣ୍ଣ ଶୂନଶାନ ହୋଇଯାଉଛି । ଏପରିକି ଦିନ ୧୨ଟା ମଧ୍ୟରେ ସହରର ସମସ୍ତ ମୁଖ୍ୟବଜାରରେ ଅଧିକାଂଶ ଦୋକାନ ବନ୍ଦ ହୋଇଯାଉଛି । ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ଆଠଗଡ ବିଦ୍ୟୁତ୍‍ ବିଭାଗ ପକ୍ଷରୁ ଘନଘନ ଅଘୋଷିତ ବିଦ୍ୟୁତ୍‍ କାଟ ଜନଜୀବନକୁ ଦୁର୍ବିସହ କରିଦେଉଛି । ବିଦ୍ୟୁତ୍‍ ବିଭାଗ ପକ୍ଷରୁ ସକାଳେ ଓ ରାତିରେ ଅଧଘଣ୍ଟାଏ ଲେଖାଏଁ ବିଦ୍ୟୁତ୍‍ କାଟ କରାଯାଉଥିବାବେଳେ ଦିନତମାମ ଥରକୁ ଥର ପ୍ରାୟ ୧୫-୨୦ଥର ୫-୧୦ମିନିଟ ଲେଖାଏଁ ବିଦ୍ୟୁତ୍‍ କାଟ ହେଉଛି। ଫଳରେ ଲୋକମାନଙ୍କର ଦୁର୍ଦଶା ବହୁଗୁଣିତ ହେବା ସହ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରଶାସନ ତରଫରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନ, ରାସ୍ତାକଡ ଏବଂ ଛକ ଜାଗାମାନଙ୍କରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ଦେଖିବାକୁ ମିଳୁନାହିଁ । କେଉଁଠି ଖାଲି ମାଠିଆ ଗଡୁଛି ତ ଅନ୍ୟ କେଉଁଠି ଦିନ ଦିନ ଧରି ପାଣି ବଦଳାଯାଉ ନାହିଁ । ସ୍କୁଲ କଲେଜରୁ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ସମୟରେ ପ୍ରଚଣ୍ଡ ତାତି ଯୋଗୁଁ କଷ୍ଟ ଅନୁଭବ କରୁଛନ୍ତି । ସେହିପରି ଭୂତଳ ଜଳସ୍ତର କମିବା ଏବଂ କନ୍ଦରପୁରରୁ ପାଇପ ଯୋଗେ ଜଳଯୋଗାଣ ଯଥେଷ୍ଟ ହେଉନଥିବାରୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ଏବେ ଏପ୍ରିଲ ମାସରେ ୪୨ଂ ସେଲସିୟମ ତାପମାତ୍ରା ହେଉଥିବାବେଳେ ଏହା ଆଗକୁ ଆହୁରି ଅଧିକ ବୃଦ୍ଧିପାଇବା ସମ୍ଭାବନା ଥିବାରୁ ଲୋକମାନେ ସଚେତନ ହୋଇ ଜରୁରୀ ଆବଶ୍ୟକତା ନଥିଲେ ଘରୁ ନବାହାରିବା ଏବଂ ପାଣି ବୋତଲ, ଓଦା ଗାମୁଛା ଓ ଛତା ବ୍ୟବହାର କରିବା ଲାଗି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପରାମର୍ଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories