www.samajalive.in
Monday, December 15, 2025
17.1 C
Bhubaneswar

ଶରୀର ପାଇଁ ଲାଭ ଦାୟକ ଲାଲ ରଙ୍ଗର ପରିବା ଓ ଫଳ

ସବୁଜ ପନପରିବାରେ ବହୁ ପୋଷ୍ଟିକ ତତ୍ତ୍ୱ ରହିଛି। ମାତ୍ର ଲାଲ ରଙ୍ଗର ପରିବା ଓ ଫଳରେ ମଧ୍ୟ ବହୁ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ ଅଟେ। ଲାଲ ରଙ୍ଗର ପ୍ରତ୍ୟେକ ପନିପରିବା ଓ ଫଳରେ ବହୁ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ବହୁ ରୋଗରୁ ଏହା ରକ୍ଷା କରିଥାଏ। ହୃଦୟ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଜାଣନ୍ତୁ ସେଭଳି ପନିପରିବା ଓ ଫଳ ବିଷୟରେ ….
ବିଟ୍‍ – ବିଟରେ ପୋଟାସିୟମ, ଫାଇବର, ଭିଟାମିନ ସି, ଭିଟାମିନ ଏ, ନାଇଟ୍ରେଟ ଅଧିକ ପରିମାଣରେ ଥାଏ। ବିଟ୍‍ କିମ୍ବା ଏହାର ଜୁସ୍‍କୁ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ଟମାଟୋ – ଏଥିରେ ଭିଟାମିନ ସି, ଲାଇକୋପିନ, ପୋଟାସିୟମ ଅଧିକ ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗରୁ ରକ୍ଷା କରିଥାଏ।
ଲାଲ ଗାଜର – ଏଥିରେ ପୋଟାସିୟମ, ଜିଙ୍କ୍‍, ଫସଫରସ, ଲାଇକୋପିନ, ମାଙ୍ଗାନିଜ, କୋପର, ଆଇରନ, କ୍ୟାଲସିୟମ, ଅନ୍ୟ ବହୁ ପ୍ରକାରର ଭିଟାମିନ ରହିଛି । ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ।
ଡ଼ାଳିମ୍ବ – ଏଥିରେ ଫାଇବର, ପ୍ରୋଟିନ, ଭିଟାମିନ ସି, ଭିଟାମିନ କେ ଆଦି ବହୁ ପରିମାଣରେ ରହିଛି। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ଅଧିକ ହେବା ସହ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଲାଲ ପିଆଜ – ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର କମିଥାଏ, ଯକୃତ ପାଇଁ ଏହା ଖୁବ ଲାଭଦାୟକ ଅଟେ। ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories