www.samajalive.in
Saturday, December 13, 2025
23.1 C
Bhubaneswar

ବଜେଟରେ ସ୍ବାସ୍ଥ୍ୟ ସେବାକୁ ଦିଆଯିବ ସର୍ବାଧିକ ପ୍ରାଥମିକତା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ । ଏହି ବଜେଟରେ ଭାରତ ସରକାର ସ୍ବାସ୍ଥ୍ୟ ସେବା ଉପରେ ସର୍ବାଧିକ ଗୁରୁତ୍ବ ଦେବେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଆସୋଚାମ-ପ୍ରାଇମସ୍ ପାର୍ଟନର୍ସ ସର୍ଭେରେ ୫୫୦ ରୁ ଅଧିକ ଶିଳ୍ପପତିଙ୍କ ଠାରୁ ବଜେଟ୍ ସମ୍ଭାବନା ସମ୍ପର୍କରେ ମତାମତ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ  ୩୯.୭%  ସମ୍ବଳ ଆବଣ୍ଟନ ଏବଂ ବଜେଟରେ ନୀତି ସହାୟତା ଦୃଷ୍ଟିରୁ ସ୍ୱାସ୍ଥ୍ୟସେବା ସର୍ବାଧିକ ପ୍ରାଥମିକତା ପାଇବ ବୋଲି ଆଶାପ୍ରକାଶ କରିଛନ୍ତି ।

ସେହିପରି ଦ୍ବିତୀୟ ପ୍ରମୁଖ କ୍ଷେତ୍ର ଭାବରେ ଉତ୍ପାଦନ ଓ ଉତ୍ପାଦକତାକୁ ଗୁରୁତ୍ବ ଦିଆଯାଇପାରେ । ୧୪.୭% ଉତ୍ତରଦାତା ଅର୍ଥମନ୍ତ୍ରୀ ଏହି କ୍ଷେତ୍ରକୁ ଗୁରୁତ୍ବ ଦେଇ ପାରନ୍ତି ବୋଲି କହିଛନ୍ତି । ଏହାପରେ ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ, ରିଅଲ ଇଷ୍ଟେଟ, ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ମିଳିବ ବୋଲି ଆକଳନ କରାଯାଇଛି । ଏହି ତିନି କ୍ଷେତ୍ର ନିମନ୍ତେ ଯଥାକ୍ରମେ ୧୧.୪%, ୧୦.୭% ଓ ୯.୬% ମତଦାତା ଆଶା ରଖିଛନ୍ତି ।

- Advertisement -

କୋଭିଡ -୧୯ ମହାମାରୀ ବିଶ୍ୱ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସୀମା ପରୀକ୍ଷା କରିଛି। ସରକାରଙ୍କ ସକ୍ରିୟ ପଦକ୍ଷେପ ଏବଂ ଛାମୁଆଁ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସକାରାତ୍ମକ ସ୍ଥିତି ସୃଷ୍ଟି କରିଛି । ଏହା ସତ୍ବେ ମହାମାରୀ ମସ୍ୱାସ୍ଥ୍ୟସେବାର ଦୁର୍ବଳତାକୁ ଆଣିଛି । ତେଣୁ ସ୍ବାସ୍ଥ୍ୟ ସେବା ଓ ଫାର୍ମା କ୍ଷେତ୍ରକୁ ମଜବୁତ କରାଯାଇପାରେ ବୋଲି ଅନେକ ଆଶା କରିଛନ୍ତି । ସେହିପରି ୬୭.୩% ମତଦାତା ପ୍ରାଥମିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଆଧୁନିକୀକରଣ ପାଇଁ ସରକାର ପାଣ୍ଠି ଆବଣ୍ଟନ ଆଶା କରିଛନ୍ତି ।

ବ୍ୟକ୍ତିଗତ ଟିକସ ଉପରେ କୁହାଯାଇଛି ଯେ କ​‌ରୋନା ଯୋଗୁଁ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ସାଧାରଣ ଲୋକ ମଧ୍ୟ ଏଥିରୁ ମୁକ୍ତ ହୋଇ ନାହାନ୍ତି । ତେଣୁ ବ୍ୟକ୍ତିଗତ ଆୟକର ଉପରେ ସରକାର ନିଶ୍ଚିତ ସକାରାତ୍ମକ ପଦକ୍ଷେପ ନେବେ । ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ ବୋଲି ୭୯.୩% ଲୋକ ମତ ଦେଇଛନ୍ତି ।

ଆସୋଚାମ ସେକ୍ରେଟେରୀ ଜେନେରାଲ ଦୀପକ ସୁଦ କହିଛନ୍ତି ଯେ  ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାରେ ଡାକ୍ତରଖାନା, ରାଜ୍ୟ ରାଜଧାନୀ ସ୍ତରରେ ବ୍ୟାପକ ବିନିଯୋଗ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ମହାମାରୀ ଆମକୁ ଶିକ୍ଷା ଦେଇଛି । ଏହା ସହ ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟକୁ ସୁଧାରିବା ନିମନ୍ତେ ପୁନରୁଦ୍ଧାର କ୍ଷେତ୍ର ପ୍ରତି ଗୁରୁତ୍ବ ଦିଆଯିବ ଓ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି ବୋଲି ଦୀପକ ସୁଦ୍ କହିଛନ୍ତି ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories