www.samajalive.in
Sunday, December 7, 2025
14.1 C
Bhubaneswar

ପିଅନ୍ତୁ ତୁଳସୀ ପାଣି : ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଦିନସାରା କାମବ୍ୟସ୍ତତା ମଧ୍ୟରେ ଶରୀରକୁ ଶକ୍ତିର ଆବଶ୍ୟକତା ରହିଛି। ଏହି କାରଣରୁ ବିଶେଷଜ୍ଞ ସକାଳେ ଖାଲି ପେଟରେ ଏପରି କିଛି ଖାଦ୍ୟପାନୀୟ ସେବନ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି , ଯାହା ଶରୀରକୁ ଶକ୍ତି ସହ ପୋଷଣ ପ୍ରଦାନ କରିଥାଏ। ସକାଳେ ଉଠିବା ପରେ ଚା’ କିମ୍ବା କଫି ପିଇବା ଅଭ୍ୟାସ ବଦଳାଇ ଦିଅନ୍ତୁ। ବାସ୍ତବରେ ଏପରି କିଛି ସ୍ୱାସ୍ଥ୍ୟକର ପାନୀୟ ରହିଛି, ଯାହାକୁ ଚା’ କିମ୍ବା କଫି ବଦଳରେ ପିଇପାରିବେ।
ସକାଳେ ଉଠିବା ପରେ ସର୍ବ ପ୍ରଥମେ ଉଷୁମ ପାଣି ପିଇବା ଉଚିତ।କିଛି ଲୋକେ ସକାଳେ ଉଠି ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତି। ବାସ୍ତବରେ ନିଜ ଆବଶ୍ୟକତା ଅନୁଯାୟୀ, ସ୍ୱାସ୍ଥ୍ୟକର ପାନୀୟ ନିଜ ଇଚ୍ଛା ଅନୁଯାୟୀ ଚୟନ କରିପାରିବେ। ତେବେ ଏଭଳି କିଛି ସ୍ୱାସ୍ଥ୍ୟକର ପାନୀୟ ବିଷୟରେ ଜାଣନ୍ତୁ ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହେବା ସହ ପାଚନକୁ ସୁସ୍ଥ ରଖିଥାଏ।
ସେଭଳି ସ୍ୱାସ୍ଥ୍ୟଉପକାରୀ ଏକ ଜିନିଷ ହେଉଛି ତୁଳସୀ। ଏହାକୁ ଚେରମୂଳୀର ରାଣୀ ବୋଲି ମଧ୍ୟ କୁହାଯାଏ। ତୁଳସୀପତ୍ରକୁ ପାଣିରେ ଭିଜାଇ ଏହାର ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ,ଏସିଡିଟି, ଛାତି ଓ ଗଳାରେ ହେଉଥିବା ଜଳାପୋଡା ସମସ୍ୟାକୁ ଦୂର କରିଥାଏ। ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ।
ସେହିପରି ପାନମଧୁରୀକୁ ଅନେକ ଖାଦ୍ୟ ପ୍ରସ୍ତୁତି ସହ ଅନ୍ୟାନ୍ୟ ବହୁ ଜିନିଷ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହାସହ ଏହାକୁ ପାଣିରେ ବତୁରାଇ ଏହି ପାଣି ମଧ୍ୟ ପିଇପାରିବେ। ସ୍ୱାଦରେ ଏହା ହାଲକା ମିଠା। ଏଥିରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ମଧ୍ୟ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏସିଡିଟି ସମସ୍ୟା ମଧ୍ୟ ଦୂର କରିଥାଏ।
ତୁଳସୀ ମଞ୍ଜି ଓ ପାନମଧୁରୀ କେବଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ନିୟମିତ ସକାଳେ ଏହି ଦୁଇଟି ଜିନିଷକୁ ପାଣିକୁ ବତୁରାଇ ପିଇବା ଦ୍ୱାରା କେଶ ଘନ ଓ ମଜଭୂତ ହୋଇଥାଏ। ତ୍ୱଚାରେ ମଧ୍ୟ ଏହାର ଉତ୍ତମ ପ୍ରଭାବ ଦେଖାଯାଏ।
ଏକ ଚାମଚ ପାନମଧୁରୀ କିମ୍ବା ତୁଳସୀ ମଞ୍ଜି ନିଅନ୍ତୁ। ରାତିରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ରଖନ୍ତୁ। ପରଦିନ ସକାଳେ ଉଠିବା ପରେ ଖାଲି ପେଟରେ ପିଅନ୍ତୁ।

 

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories