www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଅଭ୍ୟାସ କାରଣରୁ ଦୁର୍ବଳ ହୋଇଥାଏ ହାଡ

ସୁସ୍ଥ ରହିବା ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ସହ ନିଜର କିଛି ନିତିଦିନିଆ ଅଭ୍ୟାସ ଉପରେ ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ। ଶରୀରର ସମସ୍ତ ଅଙ୍ଗ ସଠିକ୍‌‌ ଭାବେ କାମ କରିବା ପାଇଁ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେବା ଉଚିତ୍‌‌। ଅନେକ ସମୟରେ ଏପରି ହୋଇଥାଏ, କିଛି ଅଭ୍ୟାସ କାରଣରୁ ହାଡ ଦୁର୍ବଳ ହେବାକୁ ଲାଗିଥାଏ। ବିଶେଷ କରି ବୟସ ବଢିବା ସହ ଏହି ସମସ୍ୟା ଅଧିକ ଦେଖାଯାଏ। ମାତ୍ର ବର୍ତ୍ତମାନ ସମୟରେ ଏହା ଅଧିକାଂଶଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିଛି ଖରାପ ଅଭ୍ୟାସ ହାଡ ଉପରେ ଅନେକ ପ୍ରଭାବ ପକାଇଥାଏ।
ସଠିକ୍‌‌ ଭାବେ ଖାଦ୍ୟ ସେବନ ନକରିବା,ଖରାପ ଜୀବନଶୈଳୀ କାରଣରୁ କମ୍‌‌ ବୟସରେ ମଧ୍ୟ ହାଡ ଜନିତ ସମସ୍ୟା ଦେଖାଯାଉଛି। ହାଡ ଦୁର୍ବଳ ହେବାକୁ ଆରମ୍ଭ କରୁଛି। ହାଡ ଗୁଡିକ ଦୁର୍ବଳ ହେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। କିଛି ଅଭ୍ୟାସ କାରଣରୁ ଶରୀର କ୍ୟାଲସିୟମ ଓ ଭିଟାମିନ୍‌‌ର ଡିର ଅଭାବ ହୋଇଥାଏ। ଜାଣନ୍ତୁ..
ଶରୀରର ହାଡ ଦୁର୍ବଳ ହେବାକୁ ଆରମ୍ଭ କଲେ,ପ୍ରଥମେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଖାଦ୍ୟରେ କ୍ୟାଲସିୟମ ଓ ଭିଟାମିନ ଡି ଯୁକ୍ତ ଖାଦ୍ୟର ଅଭାବ ଥିଲେ ହାଡ ଦୁର୍ବଳ ହୋଇଯାଏ। ଜଙ୍କ୍‌‌ ଫୁଡ୍‌‌ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ନିୟମିତ ଭାବେ ଏଭଳି ଖାଦ୍ୟର ସେବନ କରିବା ଦ୍ୱାରା କମ୍‌‌ ବୟସରେ ମଧ୍ୟ ହାଡ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ନିୟମିତ କ୍ଷୀର ପିଅନ୍ତୁ। ଏହାଦ୍ୱାରା କ୍ୟାଲସିୟମ ଅଭାବ ପୂରଣ ହୋଇଥାଏ।
ଅଧିକାଂଶ କାର୍ଯ୍ୟାଳୟ ହେଉ ଅଥବା ଘରେ କାମ କରିବା କାରଣରୁ ଥକ୍କାପଣ ପାଇଁ ବ୍ୟାୟାମ ପ୍ରତି ଧ୍ୟାନ ଦେଇ ନଥାଆନ୍ତି। ଅଫିସ୍‌‌ରେ ଚେୟାରରେ ବସି ଘଣ୍ଟା ଘଣ୍ଟା କାମ କରିଥାଆନ୍ତି। ଏହାଦ୍ୱାରା ହାଡ ଦୁର୍ବଳ ହୋଇଥାଏ। ତେଣୁ ନିୟମିତ ଭାବେ ୩୦ ମିନିଟ୍‌‌ ଯାଏଁ ବ୍ୟାୟାମ କରନ୍ତୁ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories