www.samajalive.in
Saturday, December 6, 2025
16.1 C
Bhubaneswar

ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ..

ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହୃଦୟ ଜନିତ ରୋଗ ଓ ଯକୃତ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ବର୍ତ୍ତମାନ ସମୟରେ ମଧୁମେହ ଓ ଉଚ୍ଚ ରକ୍ତ ଚାପ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ତେବେ ଉଚ୍ଚ ରକ୍ତଚାପ ରୋଗୀମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଉଚ୍ଚ ରକ୍ତଚାପ ରୋଗୀ ସେବନ କରିବା ଉଚିତ ନୁହେଁ। ଜାଣନ୍ତୁ..
ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ। ତେଣୁ ମାସକୁ ଥରେ ୨ଟି ପାଉଁରୁଟି ଖାଇପାରିବେ।
ଚିକେନକୁ ପ୍ରସ୍ତୁତ କରିବା ପୂର୍ବରୁ ଏଥିରେ ଲୁଣ ଓ ଅନ୍ୟ ମସଲାକୁ ଘୋଳାଇ କିଛି ସମୟ ରଖାଯାଇଥାଏ। ଏଭଳି ଅନ୍ୟ କେତେକ ଖାଦ୍ୟକୁ ମଧ୍ୟ ରଖାଯାଏ। ଏଭଳି ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ।
କାଫିନ୍‍ ରକ୍ତଚାପକୁ ହଠାତ ବୃଦ୍ଧି କରିଥାଏ। ଚା’ ଓ କଫିରେ କାଫିନ୍‍ ଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ। କିମ୍ବା ଆଦୌ ସେବନ ନକରିବା ଭଲ। ଖୁବ କମ ମାତ୍ରାରେ ଦିନକୁ ଥରେ ପିଅନ୍ତୁ।
ଆଚାରରେ ଲୁଣ ଅଧିକ ଥାଏ। ତେଲ ଓ ଲୁଣ ଅଧିକ ଦିନ ଯାଏଁ ବତୁରି ରଖିବା ଦ୍ୱାରା ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ।
ବଟରର ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିଥାଏ। ଯାହା ରକ୍ତ ଚାପକୁ ବୃଦ୍ଧି କରିଥାଏ।
ନିଶାଦ୍ରବ୍ୟର ଆଦୌ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ରକ୍ତଚାପ ବଢିଥାଏ।

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories