www.samajalive.in
Wednesday, December 10, 2025
23.1 C
Bhubaneswar

କ୍ଷୀର ପିଇବା ପରେ ଏହି ଭୁଲ କରୁଛନ୍ତି କି ? ସାବଧାନ….

ଭୋଜନ କରିବା ସମୟରେ କେତେକ ନିୟମ ଉପରେ ଗୁରୁତ୍ୱ ଦେବା ନିତ୍ୟାନ୍ତ ଆବଶ୍ୟକ। ବିପରୀତ ଗୁଣ ଥିବା ବିଭିନ୍ନ ପ୍ରକାରର ଭୋଜନକୁ ଏକାସହ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କେଉଁ ଖାଦ୍ୟ ସହ କେଉଁ ଖାଦ୍ୟକୁ ଏକତ୍ରିତ ଖାଇବା ଉଚିତ ଓ ଉଚିତ ନୁହେଁ ସେ ବିଷୟରେ ଧ୍ୟାନ ଦେଲେ ଆମେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବା। ଜାଣନ୍ତୁ ଏହା ବିଷୟରେ….
କ୍ଷୀର ପିଇବା ସମୟରେ କୌଣସି ଫଳ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଫଳର ପୋଷକକୁ ଶୋଷଣ କରିଥାଏ। ତେଣୁ କ୍ଷୀର ପିଇବା ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ।
କ୍ଷୀର ଚା’ ପିଇବା ସମୟରେ ତା’ସହ କୌଣସି ଲୁଣିଆ ଖାଦ୍ୟଦ୍ରବ୍ୟ ଖାଆନ୍ତୁ ନାହିଁ।
ହରଡ଼ ଡ଼ାଲି ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଇବା ଉଚିତ ନୁହେଁ।
ସବୁଜ ପନିପରିବା କିମ୍ବା ମୂଳା ଖାଇବା ପରେ ମଧ୍ୟ କ୍ଷୀର ପିଇବା ଉଚିତ ନୁହେଁ।
ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ଅଧିକ ଥାଏ ସେମାନେ ମଧ୍ୟ ଆମିଷ, ପନିର ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ।
କ୍ଷୀର ପିଇବା ସମୟରେ କିଛି ବିଶେଷ ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁ, ଲିଚି, ଖଟା ଫଳ ଏହାସହ କଦଳୀ ଓ କ୍ଷୀରକୁ ଏକତ୍ରିତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଯେଉଁମାନଙ୍କର ଥଣ୍ଡାଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଅଧିକ କ୍ଷତିକାରକ । ଏହା କଫର ମାତ୍ରା ବୃଦ୍ଧି କରିଥାଏ।
କ୍ଷୀର ସହ ଦହି ଏକତ୍ରିତ ଖାଇବା ଉଚିତ ନୁହେଁ।
ଦହି ସହ କୌଣସି ଖଟା ଫଳ ଖାଇବା ଉଚିତ ନୁହେଁ।
ଛଣାଛଣି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ ଦହି ଖାଇବା ଅନୁଚିତ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories