ଦ୍ବାରଶୁଣି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷୀ ଥାନା ସଭାଗୃହରେ ବୁଧବାର ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଚନ୍ଦନ ଘଡ଼େଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୂଆ ସଡ଼କ ନିୟମ ବିଷୟରେ ଆଲୋଚନା ହୋଇଥିଲା। ଜନସାଧାରଣ କିପରି ଉକ୍ତ ନିୟମ ବିଷୟରେ ସଚେତନ ହୋଇପାରିବେ ସେ ବିଷୟରେ ଥାନା ଅଧିକାରୀ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ପୁଲିସ ସମିତି ସଭାପତି ରାମଚନ୍ଦ୍ର ମୁର୍ମୁ, ଏସଆଇ ମହେଶ ବେହେରା, ଏଏସଆଇ ଅଶୋକ କୁମାର ଦାସ, ସମସ୍ତ ସାମ୍ବାଦିକ, ଜନପ୍ରତିନିଧି, ଆମ ପୁଲିସ ସମିତିର ସମସ୍ତ ସଭ୍ୟ ଓ ଥାନା କର୍ମଚାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Popular Categories



