www.samajalive.in
Saturday, December 6, 2025
16.1 C
Bhubaneswar

ଏହି ସମସ୍ତ ଖାଦ୍ୟକୁ ଏକତ୍ରିତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ବହୁ ସମୟରେ ଆମେ କେତେକ ଖାଦ୍ୟକୁ ଏକାଠି ଖାଇଥାଉ। କାରଣ କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ସ୍ୱାଦିଷ୍ଟ ଲାଗିଥାଏ। ମାତ୍ର ସେହିପରି କିଛି ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତାହା ଠିକ୍‍ ଭାବେ ହଜମ ହୋଇନଥାଏ। ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ। ବହୁ ଲୋକଙ୍କୁ ଏହା ଜଣାନଥାଏ। ଯାଦ୍ୱାରା ସେମାନେ ସେହି ସମସ୍ତ ଖାଦ୍ୟକୁ ଏକାଠି ଖାଇଥାଆନ୍ତି। ଜାଣନ୍ତୁ କେଉଁ ଖାଦ୍ୟକୁ ଏକତ୍ର ଖାଇବା ଅନୁଚିତ….

ଖାଦ୍ୟ ଓ ପାଣି
ଭୋଜନ ସମୟରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ସଠିକ ମାତ୍ରାରେ ପ୍ରୋଟିନ, କାବ୍ରୋହାଇଡ଼୍ରେଡ଼ ଆଦି ପୋଷକ ତତ୍ତ୍ୱ ମିଳିନଥାଏ।

ଦହି ଓ ଫଳ
ଦହିରେ ବହୁ ବ୍ୟାକ୍ଟେରିଆ ରହିଥାଏ। ଫଳ ଓ ଦହିକୁ ଏକାଠି ଖାଇବା ଦ୍ୱାରା ଏହା ଶରୀର ଭିତରକୁ ଯାଇ ବିଷାକ୍ତ ହୋଇଯାଏ। ଫଳରେ ଥଣ୍ଡା, ଏଲର୍ଜି ଭଳି ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

କ୍ଷୀର ଓ କଦଳୀ
ବହୁ ଲୋକଙ୍କୁ କ୍ଷୀର ସହ କଦଳୀ ଖାଇବା ବହୁତ ପସନ୍ଦ। ମାତ୍ର ଏହାକୁ ଏକାଠି ଖାଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିକ ଉପରେ ପଡ଼ିଥାଏ। ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

ମାଂସ ଓ ଟମାଟୋ
ଏହାକୁ ମଧ୍ୟ ଏକାଠି ଖାଇବା ଅନୁଚିତ। ବହୁ ଲୋକେ ମାଂସ ତରକାରୀ ଖାଇବା ସମୟରେ ସାଲାଡ଼ରେ ଟମାଟୋ ଖାଇଥାଆନ୍ତି। ଏହାକୁ ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥାଏ।

ଅଲିଭ ଅଏଲ୍‍ ଓ ବାଦାମ
ଏହାକୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାରଣ ଅଲିଭ ଅଏଲରେ ଥିବା ଫାଟ୍‍ ଓ ବାଦାମରେ ଥିବା ପ୍ରୋଟିନ୍ ସହଜରେ ହଜମ ହୋଇନଥାଏ। ଫଳରେ ପାଚନ ସହ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories