ନିର୍ବାଚନ ପୂର୍ବରୁ ୫୦କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରାଯିବ

0

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୫୦କୋଟି ଜନତାଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ପ୍ରୟାସ ଚଳାଇଛନ୍ତି। ଯୋଜନା ଘୋଷଣା କରିବାର ୫ମାସ ପରେ ମଧ୍ୟ ସରକାର ଏ ବାବଦରେ ବୀମା କମ୍ପାନୀ ଓ ଡାକ୍ତରଖାନାଗୁଡିକ ସହିତ ଯୋଗାଯୋଗ ଚଳାଇଛନ୍ତି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବାକୁ ଥିବାବେଳେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧୀ କଂଗ୍ରେସ ଅନ୍ୟ ଦଳଗୁଡିକ ବିରୋଧ କରିଛନ୍ତି। ବିରୋଧୀ ଦଳଗୁଡିକ କହିଛନ୍ତି ଯେ ଏହି ଯୋଜନା ଗରିବଙ୍କ ପରିବର୍ତ୍ତେ ବ୍ୟବସାୟୀଙ୍କ ପାଇଁ ଅନୁକୂଳ ହେବ।

kalyan agarbati
Leave A Reply