www.samajalive.in
Sunday, December 7, 2025
14.1 C
Bhubaneswar

ଅନେକ ସମସ୍ୟାର ଗୋଟିଏ ସମାଧାନ ଅମୃତଭଣ୍ଡା

ଅମୃତଭଣ୍ଡା ଏପରି ଏକ ପରିବା ଯେଉଁ ଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ବ ଭରି ରହିଛି। କଞ୍ଚା ହେଉ ଅବା ପାଚିଲା ସ୍ବାସ୍ଥ୍ୟ ପ୍ରତି ଅମୃତଭଣ୍ଡା ଖୁବ୍ ଉପକାରୀ। ହେଲେ କିଛି ଲୋକ ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି ନାହିଁ। ମାତ୍ର ସେମାନଙ୍କୁ ଏହା ଅଜଣା ଯେ ନିଜ ଅଜଣାତରେ କେତେ ମାତ୍ରାର ପୋଷକ ତତ୍ତ୍ବ ସେମାନେ ହାତଛଡ଼ା କରୁଛନ୍ତି। ତେବେ ଜାଣନ୍ତୁ କେଉଁ ସମସ୍ୟା ଦୂର କରିଥାଏ ଅମୃତଭଣ୍ଡା –

– ସାଧାରଣତଃ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଘଟିଲେ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। କୌଣସି ରୋଗ ସହ ଲଢ଼ିବାର କ୍ଷମତା ହ୍ରାସ ପାଇଥିାଏ। ଫଳରେ କୌଣସି ରୋଗ ହେଲେ ତାହା ସହଜେ ଭଲ ହୋଇନଥାଏ। ଏଭଳି ସମସ୍ୟା ଦୂର କରିଥାଏ ଅମୃତଭଣ୍ଡା। ଅମୃତଭଣ୍ଡା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥରେ ଭିଟାମିନ-ସି ଥାଏ। ଏହା ରୋଗରୁ ରକ୍ଷା କରିଥାଏ।
– ପାଚିଲା ଅମୃତଭଣ୍ଡାରେ ଭିଟାମିନ ଏ ଓ ବି ର ମାତ୍ରା ଭରପୂର ରହିଥାଏ। ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇ ପାରିବ। ଏହା ତ୍ବଚାରେ ଦାଗ ଦୂର କରି ଅଦ୍ଭୁତ ଚମକ ଆଣିଥାଏ।
– ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ୍ ଲାଭପ୍ରଦ। ଏଥିରେ ଶର୍କରା ମାତ୍ରା କମ୍ ଥାଏ। ମଧୁମେହ ରୋଗୀ ଅମୃତଭଣ୍ଡା ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ।
– ଗବେଷଣାରୁ ଜଣାପଡ଼ିଛି ଯେ ଅମୃତଭଣ୍ଡା ବ୍ୟକ୍ତିଙ୍କୁ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ଦେଇଥାଏ।
– ଓଜନ କମାଇବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories