www.samajalive.in
Monday, December 15, 2025
17.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଅଧିକ ଉପକାରୀ ଏହି ପରିବା

ଫୁଲକୋବି ଭଳି ନଜର ଆସିଥିବା ସବୁଜ ରଙ୍ଗର କୋବିକୁ ବ୍ରୋକଲି କୁହାଯାଏ। କିନ୍ତୁ ଭାରତରେ ଏହି ପରିବା ବେଶୀ ଲୋକପ୍ରିୟ ନୁହେଁ। କିନ୍ତୁ ବ୍ରୋକଲିର ଅନେକ ଲାଭଦାୟକ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ବ୍ରୋକଲିର ଲାଭଦାୟକ ଗୁଣ ସମ୍ବନ୍ଧରେ ..

ବ୍ରୋକଲିରେ ଭରପୂର ମାତ୍ରାର ପ୍ରୋଟିନ୍, କ୍ୟାଲସିୟମ୍, କାବ୍ରୋହାଇଡ଼୍ରୋଟ, ଆଇରନ, ଭିଟାମିନ ଏ, ସି ଏବଂ ଅନ୍ୟାନ୍ୟ ପୋଷକ ରହିଛି। ଏହା ସମସ୍ତ ବର୍ଗର ଲୋକଙ୍କ ପାଇଁ ଲାଭକାରୀ ଅଟେ।

- Advertisement -

ନିୟମିତ ବ୍ରୋକଲି ଖାଇବା ଦ୍ବାରା ହୃଦଘାତ ହୋଇ ନ ଥାଏ। ବ୍ରୋକଲି ରକ୍ତକୁ ଗାଢ଼ କରିବାରୁ ରକ୍ଷା କରିଥାଏ। ଯାହା ଫଳରେ ହୃଦଘାତର ଆଶାଙ୍କା କମ ରହିଥାଏ।

ବ୍ରୋକଲିରେ ଖାଇବା ଦ୍ବାରା କର୍କଟ ରୋଗ ବ୍ୟକ୍ତି ଦୂରେଇ ରହିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବ୍ରୋକଲି ଖାଇବା ଦ୍ବାରା ମୁଣ୍ଡ, ବେକ, ସ୍ତନ କର୍କଟରୁ ବ୍ୟକ୍ତି ଦୂରେଇ ରହିଥାଏ।

ରକ୍ତଚାପ ଜନିତ ସମସ୍ୟା ଥିଲେ ନିଜ ଖାଦ୍ୟରେ ପ୍ରତିଦିନ ବ୍ରୋକଲି ସାମିଲ କରନ୍ତୁ। ଏହା ଶରୀରରେ କେଲେଷ୍ଟ୍ରଲ ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

ବ୍ରୋକଲି ମଧୁମେହକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ। ଏହା ଓଜନ ବଢ଼ିବା ମଧ୍ୟ ନିୟନ୍ତ୍ରିତ କରିଥାଏ। ଏହାର ସେବନ ଗର୍ଭବତୀ ଏବଂ ବୟସ୍କଙ୍କ ପାଇଁ ମଧ୍ୟ ଖୁବ୍ ଲାଭକାରୀ ହୋଇଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories