www.samajalive.in
Saturday, December 6, 2025
26.1 C
Bhubaneswar

ଅଡ଼ୁଆରେ ସଲମାନଙ୍କ ‘ଭାରତ’: ନାମ ବଦଳାଇବାକୁ କୋର୍ଟରେ ପିଟିସନ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭାରତ’ ମୁକ୍ତିଲାଭ ପୂର୍ବରୁ ବିବାଦରେ ଫଶି ଯାଇଛି। ଆସନ୍ତା ୫ ଜୁନରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବା ବେଳେ ଏହାର ନାଁ ବଦଳାଇବା ପାଇଁ ଦିଲ୍ଲୀ ହାଇ କୋର୍ଟରେ ପିଟିସନ୍‍ ଦାଖଲ କରାଯାଇଛି। ଆବେଦନକାରୀଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରର ନାମ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଉଛି।
ମିଳିଥିବା ଖବର ମୁତାବକ, ଚଳଚ୍ଚିତ୍ରର ନାମକୁ ପରିବର୍ତ୍ତନ କରାଇବାକୁ ଆବେଦନକାରୀ ଦିଲ୍ଲୀ ହାଇ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସଲମାନଙ୍କ ଏହି ଚଳଚ୍ଚିତ୍ରର ନାମ ସେକ୍ସନ-୩ ପ୍ରତୀକ ଓ ନାମ ଅଧିନିୟମର ଉଲ୍ଲଂଘନ କରୁଛି। ଏହି ଅଧିନିୟମ ଅନୁସାରେ, ‘ଭାରତ’ ଶବ୍ଦ ପେଶାଗତ ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଆବେଦନକାରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ଚଳଚ୍ଚିତ୍ରରୁ ସେହି ଡାଏଲଗ୍‍କୁ ହଟାଇ ଯିଆଯାଉ ଯେଉଁଥିରେ ସଲମାନ ତାଙ୍କ ନାମର ତୁଳନା ଦେଶ ସହ କରିଛନ୍ତି। ଏହି ଡାଏଲଗ୍‍ ଚଳଚ୍ଚିତ୍ରର ଟ୍ରେଲରରେ ଶୁଣିବାକୁ ମିଳିଥିଲା। ଏହାଦ୍ୱାରା ଭାରତୀୟଙ୍କ ଭାବନା ଆଘାତପ୍ରାପ୍ତ ହୋଇଛି ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories