www.samajalive.in
Saturday, December 6, 2025
19.1 C
Bhubaneswar

ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାର ଘରୋଇ ଉପାୟ

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଯକୃତ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଖରାପ ଖାଦ୍ୟପେୟ, ଆଲକୋହଲ ଓ ଅନିୟମିତତା ଜୀବନଶୈଳୀ ଦ୍ବାରା ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇଯାଏ। ବିଷାକ୍ତ ପଦାର୍ଥ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାସହ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଉପରେ କୁପ୍ରଭାବ ପଡିଥାଏ। ସ୍ବାସ୍ଥ୍ୟ ଖରାପ ହେଲେ ଅନେକ ପ୍ରକାରର ଔଷଧ ଖାଇବାକୁ ପଡିଥାଏ। କିନ୍ତୁ ଔଷଧ ନ ଖାଇ କିଛି ଘରୋଇ ଉପାୟ କରିବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ମହୁ, ଲେମ୍ବୁ ଓ ଗରମ ପାଣି : ଶରୀରରୁ ସବୁ ଖରାପ ଟକ୍ସିନ୍ସ ବାହାର କରିବା ପାଇଁ ସକାଳ ସମୟରେ ମହୁ ଓ ଲେମ୍ବୁ ସହ ଗରମ ପାଣି ପିଅନ୍ତୁ। ଏହା ଶରୀରରେ ଏସିଡିଟି ସମସ୍ୟାକୁ ସନ୍ତୁଳନ କରି ରଖିଥାଏ। ଗୋଟିଏ ଗ୍ଲାସ ଗରମ ପାଣିରେ ଏକ ଚାମଚ ମହୁ ଓ ଫାଳେ ଲେମ୍ବୁ ଚିପୁଡି ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏପରି ପ୍ରତିଦିନ ସକାଳେ କରି ପିଅନ୍ତୁ।

- Advertisement -

ଗ୍ରୀନ-ଟି : ଗ୍ରୀନ-ଟିରେ ଆଣ୍ଟି-ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ଏହା ଶରୀରରୁ ଖରାପ ଟକ୍ସିନ୍ସ ବାହାର କରିବାରେ ସହାୟକ ହୋଇଥାଏ। ଏହା ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ।

ଅଦା : ଅଦାରେ ଆଣ୍ଟି-ଇନ୍ଫେମେଣ୍ଟରୀ ଗୁଣ ରହିଛି। ଏହା ମେଟାବୋଲିଜିମକୁ ସୁସ୍ଥ ରଖିଥାଏ। ଏହା ଯକୃତକୁ ସୁସ୍ଥ କରିଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦାକୁ ସାମିଲ କରନ୍ତୁ।

ରସୁଣ : ରସୁଣରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଏହା ଶରୀର ପାଇଁ ଅନେକ ଲାଭଦାୟକ ଅଟେ। ରସୁଣରେ ଥିବା ଆଣ୍ଟି-ବ୍ୟାକ୍ଟେରିୟଲ, ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ଅକ୍ସିଡାଣ୍ଟ ସ୍ବାସ୍ଥ୍ୟ ପାଇଁ ଅନେକ ଉପକାରୀ ହୋଇଥାଏ।

ଘିକୁଆଁରୀ ଜୁସ : ଘିକୁଆଁରୀ ଜୁସରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories