www.samajalive.in
Saturday, December 6, 2025
26.1 C
Bhubaneswar

ଛତୁ ପଲାଉ

ଆବଶ୍ୟକ ସାମଗ୍ରୀ
ଛତୁ – ୨୫୦ ଗ୍ରାମ
ବାସୁମତୀ ଚାଉଳ – ୪୦୦ ଗ୍ରାମ
ପନିର – ୨୦୦ ଗ୍ରାମ
କଟା ପିଆଜ – ୨ଟି
ପେଷା ଟମାଟୋ – ୧ଟି
ଗରମ ମସଲା – ୧ଚାମଚ
ଅଦା ରସୁଣ ବଟା – ୪ ଚାମଚ
ଘିଅ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପୁଦିନା – ଅଳ୍ପ
ଡ଼ାଲଚିନି – ୨ଟି
ଲବଙ୍ଗ – ୨ଟି
ଗୁଜୁରାତି – ୨ଟି
କାଜୁବଟା – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ବାଜିବା ପରେ ଅଦା ରସୁଣ ବଟା ପକାଇ ଘଷନ୍ତୁ। କଷିବା ପରେ ପେଷା ଟମାଟୋ ପକାଇ ପୁଣି ଭଲ ଭାବେ କଷନ୍ତୁ। ମସଲା କଷି ହେବାପରେ ଏଥିରେ ଛତୁ , ପନିର ଏବଂ ଗରମ ମସଲା ପକାଇ କଷନ୍ତୁ। କିଛି ସମୟ କଷିବା ପରେ କାଜୁ ବଟା, ଏକ କପ ପାଣି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ୨ ମିନିଟ ଗ୍ୟାସରେ ବସାଇ ଘୋଡ଼ାଇ ରଖନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଏଥିରେ ୪କପ ପାଣି ଓ ଅଳ୍ପ ଲୁଣ ପକାନ୍ତୁ। ଏବେ ଏଥିରେ ବତୁରାଇଥିବା ଚାଉଳକୁ ପକାଇ ୧୦ ମିନିଟରେ ଗାଳି ଦିଅନ୍ତୁ। ଗାଳିବା ପରେ ଏହି ଭାତକୁ ପୂର୍ବ ପ୍ରସ୍ତୁତ ମସଲାରେ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗ୍ୟାସ ଲଗାଇ ଧନିଆ ପତ୍ର, ପୁଦିନା ପତ୍ର ପକାଇ ୧ ମିନିଟ ଏହାକୁ ଗରମ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ପଲାଉ। ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories