www.samajalive.in
Sunday, December 7, 2025
23.1 C
Bhubaneswar

ଚର୍ମ ରୋଗର କାରଣ ଓ ଏହାର ନିରାକରଣ

ବହୁ ସମୟରେ ଆମକୁ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ବିଭିନ୍ନ କାରଣରୁ ଆମକୁ ଏହି ଚର୍ମ ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଖରାପ ଖାଦ୍ୟପେୟ କାରଣରୁ ଓ ପାଣି କାରଣରୁ ଏହି ସମସ୍ୟା ଅଧିକ ହୋଇଥାଏ। ଏହାର ପ୍ରଭାବ ଚର୍ମ ଉପରେ ପଡ଼ିଥାଏ। ଫଳରେ ଚର୍ମ କୁଣ୍ଡାଇ ହେବା, ଲାଲ ରଙ୍ଗର ଦାଗ ହେବା ଆଦି ହୋଇଥାଏ। ଜାଣନ୍ତୁ କେଉଁ କାରଣରୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ….
ବଜାରରେ ବିକ୍ରି ହେଉଥିବା ତେଲ ଛଣା ଦ୍ରବ୍ୟକୁ ଖାଇବା ଦ୍ୱାରା ଏହି ଚର୍ମ ଏଲର୍ଜି ହୋଇଥାଏ। ଏହାର ପ୍ରଭାବରେ ପେଟରେ କୃମି ସମସ୍ୟା ହୋଇଥାଏ।
ଅତ୍ୟଧିକ ଗରମ ବା ଖରା ହେବା ଦ୍ୱାରା ଚର୍ମ ଉପରେ ବହୁ ପ୍ରଭାବ ପଡ଼ିଥାଏ।
ଏକ୍ସପାରୀ ହୋଇଥିବା ଦ୍ରବ୍ୟର ଅଜାଣତରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ଚର୍ମ ରୋଗ ସୃଷ୍ଟି ହୋଇଥାଏ।
ଯେଉଁ ପ୍ରକାରର ମେକଅପ ଦ୍ରବ୍ୟ ଲଗାଇଲେ ଆପଣଙ୍କ ଚର୍ମ ଉପରେ କୌଣସି ସମସ୍ୟା ନ ହେଉଥାଏ, ସେଭଳି ମେକଅପ ଦ୍ରବ୍ୟର ବ୍ୟବହାର କରନ୍ତୁ।
ଅତ୍ୟଧିକ ମେକଅପର ବ୍ୟବହାର କରନ୍ତୁ ନାହିଁ।
ଖରାରେ ଯିବାଆସିବା କରିବା ସମୟରେ ସୂତା ପୋଷାକ ପରିଧାନ କରନ୍ତୁ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
କିଛି ଘରୋଇ ଉପାୟ ଅବଲମ୍ବନ କରି ଆମେ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବା ….
ହଳଦୀରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ତେଣୁ ହଳଦୀ ଲଗାଇଲେ ଚର୍ମରୋଗରୁ ମୁକ୍ତି ମିଳେ।
ନିୟମିତ ଗାଧୋଇଲା ବେଳେ ସାମାନ୍ୟ ଉଷୁମ ପାଣିର ବ୍ୟବହାର କରନ୍ତୁ।
ଅନ୍ୟମାନେ ବ୍ୟବହାର କରୁଥିବା ସାବୁନକୁ ଆପଣ ବ୍ୟବହାର କରନ୍ତୁ ନାହିଁ।
ଚର୍ମ ସମ୍ବନ୍ଧୀୟ ଅଧିକ ସମସ୍ୟା ଥିଲେ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories