ସନ୍ଧ୍ୟା ୬ଟା – ମୁଖ୍ୟ ସମ୍ବାଦ

ଆଞ୍ଚଳିକ
– ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ନିଯୁକ୍ତ
– ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଲୋୟର ପିଏମ୍‌ଜିରେ ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ
– ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଜୋରଦାର, ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର
– ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କାର ଘୋଷଣାକୁ ବିରୋଧ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଦସ୍ୟମାନଙ୍କ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ
– ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ଘଟଣାରେ ୬ ଜଣ ଗିରଫ
– ରାଜ୍ୟରେ ୩,୩୨୩ ଗାଁକୁ ରାସ୍ତା ନ ଥିବା ନେଇ ବିଧାନସଭାରେ ସ୍ୱୀକାର କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା
– କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କଲେ କୋର୍ଟ
– ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଇନମନ୍ତ୍ରୀଙ୍କୁ ଭେଟିଲେ ବଲାଙ୍ଗୀର ବାର ଆସୋସିଏସନ ସଦସ୍ୟ
– ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୩୬୯ ଜଣଙ୍କ ପ୍ରାଣ ହାନୀ ଓ ୨୦୭ ଜଣ ଆହତ ହୋଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
– ବିଭିନ୍ନ ଯୋଜନାରେ ଦୁର୍ନୀତି କରି ଏ ଯାଏ ୮୩୬ ଜଣ ଅଧିକାରୀ ଧରାପଡ଼ିଥିବା ବିଧାନସଭାରେ କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା
– କଟକ ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ୍‌ଠାରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ୨୧ତମ ରାଜ୍ୟ
କମନଓ୍ଵଲ୍‌ଥ ଟେବୁଲ୍‌ ଟେନିସ୍‌ ଚାମ୍ପିୟନ୍‌ ପାଇଁ ପ୍ରସ୍ତୁତି ଚୂଡାନ୍ତ
– ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଜାତୀୟ
– ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ୪ ମହଲା କୋଠା ଭୁଶୁଡ଼ି ୧୨ ମୃତ
– ଦେଶ ଛାଡି ଫେରାର ହେବାକୁ ପ୍ରସ୍ତୁତ ହେଉଥିବା କଂଗ୍ରେସର ନିଲମ୍ବିତ ବିଧାୟକ ରୋଶନ ବେଗଙ୍କୁ ଅଟକ ରଖିଲା କର୍ଣ୍ଣାଟକ ଏସଆଇଟି
– ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ଦେବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆସନ୍ତାକାଲି ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ
– ୧୪୯ ବର୍ଷ ପରେ ଗୁରୁପୂର୍ଣ୍ଣିମା ଦିନରେ ଆଜି ହେବାକୁ ଯାଉଛି ଚନ୍ଦ୍ର ଗ୍ରହଣ
– ଅମରନାଥ ଯାତ୍ରାର ୧୫ ଦିନରେ ଦର୍ଶନ କଲେ ୧ଲକ୍ଷ ୯୩ହଜାର ୫୪୫ଜଣ ଶ୍ରଦ୍ଧାଳୁ
– ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ
– ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ ତାର ଖସି ଉତ୍ତରପ୍ରଦେଶ ବିଷ୍ଣୁପୁର ଅଞ୍ଚଳରେ ୫୦ ଛାତ୍ର ଆହତ
– ବଲିଉଡ ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’କୁ କରମୁକ୍ତ କଲେ ବିହାର ସରକାର
– କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୮ ପାଇଁ ଏକାଡେମୀ ରତ୍ନ ପୁରସ୍କାର ପାଇବେ ସୋନାଲ ମାନସିଂହ
– ଆଗାମୀ ଦିନରେ ବିଦ୍ୟୁତ ପାଇଁ ନିଃଶୁଲ୍କ ବିଦ୍ୟୁତ ମିଳିବା ସହଜ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହ

ଆନ୍ତର୍ଜାତିକ
– ୧୪୦ ଦିନ ପରେ ଆଜି ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ଖୋଲିଲା ଆକାଶ ମାର୍ଗ
– ସାଧାରଣ ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଡନ ଅନୁଯାୟୀ ଗିରଫ ପୂର୍ବରୁ ଜମାତ-ଉଦ-ଦାବା ମୁଖ୍ୟ ହାଫିଜ ସଇଦକୁ ଜାମିନ ପ୍ରଦାନ କଲେ ଲାହୋର ଆତଙ୍କରୋଧୀ କୋର୍ଟ
– ଆସନ୍ତାକାଲି ଅନ୍ତର୍ଜାତୀୟ ନ୍ୟାୟାଳୟ ଶୁଣାଇବେ କୁଳଭୂଷଣ ମାମଲାର ରାୟ

Comments are closed.