www.samajalive.in
Tuesday, December 9, 2025
26.1 C
Bhubaneswar

ପଦୋନ୍ନତି ପାଇଁ ଏଚଡିଏଫସି ଉପ-ସଭାପତିଙ୍କୁ ହତ୍ୟା

ମୁମ୍ବଇ: ଦୀର୍ଘ ୫ଦିନ ଧରି ନିଖୋଜ ଥିବା ଏଚଡିଏଫସି ଉପ-ସଭାପତି(ଭାଇସ ପ୍ରେସିଡେଣ୍ଟ) ସିଦ୍ଧାର୍ଥ ସଂଙ୍ଘବିଙ୍କ ମୃତଦେହ ମୁମ୍ବଇ ସ୍ଥିତ କଲ୍ୟାଣ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାରେ ପୁଲିସ ସରଫରାଜ ଶେଖ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସିଦ୍ଧାର୍ଥ ସଙ୍ଘବି ୫ଦିନ ପୂର୍ବେ ମୁମ୍ବଇ ସ୍ଥିତ କମଲା ମିଲ୍ସ କାର୍ଯ୍ୟାଳୟରୁ ନିଖୋଜ ହୋଇଯାଇଥିବା ମୁମ୍ବଇ ଡେପୁଟି କମିଶନର ମଞ୍ଜୁନାଥ ସିନେ୍ଧ ସୂଚନା ଦେଇଛନ୍ତି। ସିଦ୍ଧାର୍ଥଙ୍କ କାର ୬ସେପ୍ଟେମ୍ବର ନବି ମୁମ୍ବଇର କେପରଖେରନେ ଅଞ୍ଚଳରୁ ପୁଲିସ ଉଦ୍ଧାର କରିଥିଲା। କାର ସିଟରେ ରକ୍ତ ଲାଗିଥିବା ପ୍ରାରମ୍ଭିକ ତଦନ୍ତରେ ଜଣା ପଡ଼ିଥିଲା। ଏହି ମାମଲାର ତଦନ୍ତ କରି ପୁଲିସ ସରଫରାଜକୁ ଗିରଫ କରିଛି। ସରଫରାଜକୁ ସିଦ୍ଧାର୍ଥର ମୃତ ଶରୀରକୁ ନେଇ ଯାଉଥିବାବେଳେ କିଛି ଲୋକ ଦେଖି ପୁଲିସକୁ ଜଣାଇ ଥିଲେ। ସରଫରାଜ ଗିରଫ ହେବା ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ସରଫରାଜକୁ ସିଦ୍ଧାର୍ଥଙ୍କ କାର୍ଯ୍ୟାଳୟର ୩ଜଣ ଅଧିକାରୀ ମୃତଦେହକୁ ଲୁଚାଇବାର ଦାୟିତ୍ୱ ଦେଇଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି। ଏଚଡିଏଫସି ବ୍ୟାଙ୍କର ୩ ଅଧିକାରୀ ମିଶି ସିଦ୍ଧାର୍ଥଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ସରଫରାଜଙ୍କୁ ଦାୟିତ୍ୱ ଦିଆଯାଇ ଥିଲା ବୋଲି ସେ ପୁଲିସ ଆଗରେ ସ୍ୱୀକାର କରିଛି। ସିଦ୍ଧାର୍ଥଙ୍କ ପଦୋନ୍ନତି ଓ ଦରମା ବୃଦ୍ଧି ପାଇଁ ଏହି ସହକର୍ମୀମାନେ ଇର୍ଶାପରାୟଣ ହୋଇ ଏହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories