ଭୁବନେଶ୍ବର: ନନ୍ଦନକାନନ ସ୍ଥିତ ରଘୁନାଥପୁରରେ ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ତଥା କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଏହି ଶାଖାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଏଚଡିଏଫସି ହେଉଛି ସବୁଠୁ ଉତ୍କୃଷ୍ଟ ସେବା ଯୋଗାଉଥିବା ବ୍ୟାଙ୍କ। ଯୁବବର୍ଗଙ୍କୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି। ଏଠାରେ ନୂତନ ଶାଖା ହେବା ଦ୍ବାରା ଆଖ ପାଖ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ। ସମ୍ମାନିତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।
ସିନିୟର ଭାଇସ ପ୍ରେସିଡେଣ୍ଟ ତଥା ଓଡିଶା ଜୋନ୍’ର ଜୋର୍ନାଲ ମୁଖ୍ୟ ଦୀପକ କୁମାର ସିଂ କହିଛନ୍ତି ଯେ ଓଡିଶାର ଏହା ୧୮୮ତମ ଶାଖା ହୋଇଥିବା ବେଳେ ଭୁବନେଶ୍ବରର ଏହା ୩୨ ତମ ଶାଖା। ଲୋକମାନଙ୍କ ସେବା କରିବାକୁ ଆଉ ଥରେ ସୁଯୋଗ ମିଳିଲା। ସବୁ ବର୍ଗର ଲୋକଙ୍କୁ ଆମେ ସେବା ଯୋଗାଇଦେବୁ। ଏଠାରେ ଗୃହ, ସୁନା ଋଣ ସହ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେବ। ଅନ୍ୟମାନଙ୍କ ମଧ୍ୟରେ କଷ୍ଟର ମୁଖ୍ୟ ଦେବେନ୍ଦ୍ର ଜେନା ଓ ଶାଖା ପରିଚାଳକ ତାରିଣୀ ପ୍ରସାଦ ଦାଶ ଉପସ୍ଥିତ ଥିଲେ।
ରଘୁନାଥପୁରରେ ଏଚଡିଏଫସି ବ୍ୟାଙ୍କର ନୂଆ ଶାଖା
Popular Categories



