www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରିଟେନର ଦେହରକ୍ଷୀଙ୍କ ସହ ପଳାୟନ କରିଥିବା ଦୁବାଇର ରାଜକୁମାରୀ…..

ଲଣ୍ଡନ . – ବିଶ୍ୱର ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ ଅନ୍ୟତମ । ତାଙ୍କର ପତ୍ନୀ ରାଜକୁମାରୀ ହୟା ବିନ୍ତ ଅଲ୍‌ ହୁସେନ୍‌ ବି ତାଙ୍କର ସୌନ୍ଦର୍ଯ୍ୟ ବେଶ୍‌ ଚର୍ଚ୍ଚିତ । ଗଣମାଧ୍ୟମର ସୂଚନା ଅନୁଯାୟୀ ରାଜକୁମାରୀ ହୟା ବିନ୍ତ ଜଣେ ବ୍ରିଟିଶ୍‌ ଦେହରକ୍ଷୀଙ୍କ ସହ ପଳାୟନ କରିଛନ୍ତି । ଏହାପରେ ସେ ଲଣ୍ଡନରେ ଏହ ବହୁତଳ ଅତ୍ୟାଧୁନିକ ପ୍ରାସାଦ କିଣିଥିବା ସୂଚନା ମିଳିଛି । ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ।

ଏବେ ହୟା ବ୍ରିଟେନ୍‌ରେ ରାଜନୈତିକ ଶରଣ ନେବା ପାଇଁ ଚେଷ୍ଟା କରୁଛନ୍ତି । ସେ ରଶିଦ୍‌ଙ୍କୁ ଛାଡି ଦେବା ପାଇଁ ମନସ୍ଥିର କରିଛନ୍ତି । ସେ ବହୁତ ଶୀଘ୍ର ତଲାକ୍‌ ନେବେ ବୋଲି ସୂଚନା ମିଳିଛି । ହୟା ୨୭୧ କୋଟି ଟଙ୍କା ଓ ନିଜର ଦୁଇ ଜଣ ସନ୍ତାନଙ୍କୁ ନେଇ ଦୁବାଇରୁ ପଳାୟନ କରିଥିଲେ ।

- Advertisement -

ହୟା ପ୍ରଥମେ ଜର୍ମାନ ଯାଇଥିଲେ । ପରେ ସେ ବ୍ରିଟେନ୍‌ରେ ଶରଣ ନେଇଛନ୍ତି । ସେ ତାଙ୍କର ନୂଆ ପୁରୁଷ ବନ୍ଧୁଙ୍କ ସହ ବର୍ମିଂ ହୋମ ପ୍ୟାଲେସ୍‌ ନିକଟରେ ଏକ ଘର କିଣିଛନ୍ତି । ଏହିସ୍ଥାନରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନେ ଘର କିଣିଛନ୍ତି । ପତ୍ନୀ ପଳାୟନ କରିବା ପରେ ସୁଲତାନ ଏକ କବିତା ଲେଖି ନିଜ ମନର ବ୍ୟଥାକୁ ପ୍ରକାଶ କରିଛନ୍ତି । ରଶିଦ୍‌ଙ୍କର ୭ଟି ସ୍ତ୍ରୀ ଓ ୨୩ଟି ସନ୍ତାନ ରହିଛନ୍ତି ।ହୟାଙ୍କୁ ବିବାହ କରିବା ପରେ ସେ ପ୍ରାୟ ଅନ୍ୟ ପତ୍ନୀମାନଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories