‘ସମାଜ’ର ପ୍ରଭାବ – ମରାମତି ହେଲା ହାତୀ ନଦୀ ପାତ୍ରବସା ଘାଟର ପୋଲର ସଂଯୋଗ ରାସ୍ତା
କଲମପୁର – ଲୋକାର୍ପଣ ନହେଉଣୁ ଦବିଲା ହାତୀ ନଦୀ ପାତ୍ରବସା ଘାଟ ଠାରେ ନିର୍ମିତ ପୋଲର ସଂଯୋଗୀ କରଣ ରାସ୍ତା । ଏନେଇ ‘ସମାଜ’ ଖବର କାଗଜରେ ଖବରପ୍ରସାରଣ କରାଯାଇଥିଲା । ଏନେଇ ବରଗଡର ଜନୈକା ସାମାଜିକ କର୍ମୀ ଚାରୁବାଳା ଓରଫ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ ସମେତ ପୋଲ ନିର୍ମାଣ ଦାଇତ୍ୱରେ ଥିବା ଗ୍ରାମ ଉନ୍ନୟନ ବିଭାଗକୁ ଟ୍ୱିଟ ମାଧ୍ୟମରେ ପୋଲର ସମାଧାନ ପାଇଁ ଜଣାଇଥିଲେ ।
ଖବର ପ୍ରସାରଣର ଦୁଇ ଦିନ ମଧ୍ୟରେ ପୋଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ପଥରଗୁଣ୍ଡ ସହ ବାଲିବସ୍ତା ଦେଇ ସାମୟିକ ମରାମତି କରାଯାଇଛି । ବର୍ଷା ଋତୁ ଶେଷ ହେବା ପରେ ସ୍ଥାୟୀ ମରାମତି ହେବା ନେଇ ଟ୍ୱିଟରର ଉତ୍ତର ଦିଆଯାଇଛି । ସୁଚନାଯୋଗ୍ୟଯେ, ଏହି ପୋଲ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନାରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ବରାଦ ହେଇଥିଲା । ୨୦୧୪/୧୫ରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହେଇ ପାରି ନାହିଁ । ଅନ୍ୟପଟେ ଏହି ପୋଲ ସହିତ ସଂଯୋଗ ଥିବା ପାତ୍ରବସା ଛକ ଚ୍ୱର୍ଚ୍ଛି ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଦୟନୀୟ ହେବାରେ ଲାଗିଛି । ତେଣୁ ତୁରନ୍ତ ଏନେଇ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବା ପାଇଁ ସାଦାରଣରେ ଦାବି ହେଉଛି ।
Comments are closed.