www.samajalive.in
Monday, December 15, 2025
17.1 C
Bhubaneswar

ବର୍ଷା ଆରମ୍ଭରୁ ବେହାଲ ହରିଶରଣପୁର ଗ୍ରାମ୍ୟରାସ୍ତା

ତିଗିରିଆ : ତିଗିରିଆ ବ୍ଲକ  ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ହରିଶରଣପୁର ଗ୍ରାମ୍ୟ ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି । ଗ୍ରାମରୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ମୁଖ୍ୟ ରାସ୍ତାରେ ଜମି ରହିବା ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଛନ୍ତି । ଗ୍ରାମୀଣ ପରିବେଶ ଓ ପରିମଳକୁ ସ୍ୱଚ୍ଛ ରଖିବାକୁ ମଧ୍ୟ ନାନା ଯୋଜନା ପ୍ରଚଳନ କରିଛନ୍ତି। କିନ୍ତୁ ସମସ୍ୟାରେ ସୁଧାର ଆସୁନି। ତାହାର ଏକ ଉଦାହରଣ ହେଉଛି ହରିଶରଣପୁର ଗ୍ରାମ। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ନଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାରେ ବର୍ଷା ପାଣି ଜମି ଲୋକଙ୍କ ଘର ଭିତରେ ପାଣି ପଶୁଛି। ବର୍ଷା ପାଣି ନିଷ୍କାସନ ହୋଇ ନପାରି  ମଇଳା କାଦୁଅ ସହ ଜମିରହୁଛି । ଲୋକମାନେ ପ୍ରାୟ ଆଣ୍ଠୁଏ ପାଣିରେ ଯିବା ଆସିବା କରିବା ଦେଖାଯାଇଛି। ଏହି ରାସ୍ତା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ  ସମସ୍ତ ଗ୍ରାମବାସୀ ଏହା ଉପରେ ଯାତାୟାତ କରିବା ସହ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜକୁ ଯାଇଥାନ୍ତି । ତେବେ ବର୍ଷାପାଣି ଜମି ରହୁଥିବାରୁ ତାହା ପଚି ଦୁର୍ଗନ୍ଧ ହେବା ସହ ଗୋଡରେ ଲାଗି ନାନା ଚର୍ମରୋଗ ଦେଖାଦେଉଛି । ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଗ୍ରାମବାସୀ ଭୋଗି ଆସୁଛନ୍ତି | ବାରମ୍ଵାର ଅଭିଯୋଗ ହେଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଓ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି କାରଣରୁ ଗ୍ରାମ୍ୟ ପରିମଳ ଦୂଷିତ ହେବା ସହିତ ମଶା ଡାଆଁଶ ପ୍ରାଦୁର୍ଭାବ ସ୍ଥାନୀୟ ବାସିନ୍ଦାଙ୍କୁ ଅତିଷ୍ଠ କରିଛି। ବର୍ଷା ଋତୁ ଆରମ୍ଭରୁ ଏଭଳି ପରିସ୍ଥିତି ଲାଗି ରହିଲେ ଗ୍ରାମରେ ଲୋକଙ୍କୁ ନାନା ମାରାତ୍ମକ ସଂକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଇଛି। ବ୍ଲକ ଓ ସମ୍ପୃକ୍ତ ପଞ୍ଚାୟତ ଏନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories