www.samajalive.in
Monday, December 15, 2025
15.1 C
Bhubaneswar

ଗୋପାଳପୁର ନିର୍ବାଚମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ

ଗୋପାଳପୁର : ଗୋଳନ୍ଥରା ସ୍ଥିତ ବିଜେପି କାର୍ଯ୍ୟାଳୟ ବନ୍ଦେ ମାତରଂ ଭବନ ଠାରେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ସ୍ମୃତି ପଟ୍ଟନାୟକ, ସମ୍ମାନୀତ ଅତିଥି ଅଶୋକ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଉପ ସଭାପତି ବିନୋଦ ମିଶ୍ର, ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗଭା ପଟ୍ଟନାୟକ , ବିଧାନସଭା ପ୍ରଭାରୀ ବାଳକୃଷ୍ଣ ସାମନ୍ତରା, ରାଜେଶ ସାହୁ,ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ସୁବାଷ ଚନ୍ଦ୍ର ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନୀଲ କୁମାର ପାତ୍ର, ଗଙ୍ଗାଧର ଶତପଥୀ, ଜଗମୋହନ ପାତ୍ର, ସନତ ନାୟକଙ୍କ ସମେତ ୩୨ଟି ପଞ୍ଚାୟତର ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ ଓ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ବୈଠକରେ ଆଗାମୀ ୨୦୨୪ ନିର୍ବାଚନରେ ଦଳ କିଭଳି ଭଲ  ପ୍ରଦର୍ଶନ କରିବ ଓ ବୁଥ ସ୍ତରୀୟ ସଂଗଠନକୁ ମଜବୁତ କରାଯିବା ସହିତ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା । ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳର ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୋଦୀ ସରକାରଙ୍କ ଯୋଜନା  ପିଇବା ପାଣି, ବିଜୁଳି,ଗ୍ୟାସ, ପାଇଖାନା, ଆବାସ ଯୋଜନା, ଚାଉଳ ଆଦି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ନେ଼ଇ ମୋଦୀ ସରକାରଙ୍କ ବହୁମୁଖୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରୀୟ ଯୋଜନା ଗୁଡିକୁ ନେଇ ରାଜ୍ୟ ସରକାର ଫାଇଦା ନେବା ଅପଚେଷ୍ଠାକୁ କଟୁ ସମଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories