ଖୁଣ୍ଟିଗୋରା ଓ ଉମା ପଞ୍ଚାୟତରେ ମାଓ ପୋଷ୍ଟର
ଘଣ୍ଟାପଡା : ଘଣ୍ଟାପଡା ଥାନା ଅଞ୍ଚଳରେ ଲାଗିଛି ମାଓ ପୋଷ୍ଟର। ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରା ସାପ୍ତାହିକ ବଜାର ପିଣ୍ଡି ଠାରେ ଗୋଟିଏ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଳାଶ ଗଛରେ ଦୁଇଟି ଏବଂ ଉମା ଗ୍ରାମ ନିକଟ ଏକ କୁସୁମ ଗଛରେ ଗୋଟିଏ ପୋଷ୍ଟର ଲାଗିଥିବା ରବିବାର ସକାଳୁ ଦେଖିବାକୁ ମିଳିଥିଲା। ଗୋଟିଏ ପୋଷ୍ଟରରେ ଏନକାଉଣ୍ଟର ହୋଇଥିବା ୩ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ନଦୀବନ୍ଧ ନିର୍ମାଣ, ଖଣି ଖନନ, ମନରଞ୍ଜନ ସ୍ଥଳୀ, ବିସ୍ଥାପନ ପାଇଁ ଏକା ସାଙ୍ଗରେ ବୃଦ୍ଧି ପାଉଥିବା ପୁଲିସ କ୍ୟାମ୍ପ, ଏନକାଉଣ୍ଟର, ଚଉଡା ରାସ୍ତା ନିର୍ମାଣକୁ ଅଞ୍ଚଳର ଭାଇଭଉଣୀ ମାନେ ବିରୋଧ କରନ୍ତୁ ବୋଲି ଉଲ୍ଲେଖ ରହିଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି। ଘଟଣା ବିଷୟରେ ଖବର ପାଇ ଘଣ୍ଟାପଡା ପୋଲିସ ପହଞ୍ଚି ସମସ୍ତ ସ୍ଥାନରୁ ମାଓ ପୋଷ୍ଟର ଜବତ କରିଛି ।
ସୂଚନାଯୋଗ୍ୟ ୨୦୨୧ ଜୁଲାଇ ମାସରେ ଜିଲ୍ଲାର ସୀମାନ୍ତ ଅଞ୍ଚଳ ସମଡାଙ୍କି ଜଙ୍ଗଲରେ ମାଓ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ୨ଜଣ ଯବାନ ଆହତ ହୋଇଥିଲେ। ଫଳରେ ଆଜିର ଏହି ପୋଷ୍ଟର ଲାଗିବା ଘଟଣାରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପୋଷ୍ଟରର ଲେଖା ପଢିଲେ ଏହା କୌଣସି ଅସାଧୁ ବ୍ୟକ୍ତିର କାର୍ଯ୍ୟକଳାପ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏନେଇ ଘଣ୍ଟାପଡା ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କୁ ପଚାରିବାରୁ ଗଞ୍ଜେଇ ମାଫିଆଙ୍କ କାର୍ଯ୍ୟ ହୋଇଥାଇପରେ ବୋଲି କହିଛନ୍ତି।
Comments are closed.