ଏଥର ୪ଦିନ ପଞ୍ଚୁକ: ଆଜି ମହାପ୍ରଭୁଙ୍କର ହରିହର ବେଶ

ପୁରୀ: ମଙ୍ଗଳବାରଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହା ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ। ତେଣୁ ଭକ୍ତ ମାନଙ୍କୁ ୪ ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜି କାର୍ତ୍ତିକ ମାସର ଶେଷ ସୋମବାର।  ମହାପ୍ରଭୁ ଆଜି ହରିହର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।  ଅବକାଶ ନୀତି ପରେ ହରିହର ବେଶରେ ସଜିତ କରାଯିବ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ଆସନ୍ତାକାଲି (ମଙ୍ଗଳବାର) ଦେବ ଉତ୍ଥାପନ ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ।

Comments are closed.