ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ୨୮ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀ ମୁଣ୍ଡ ଟେକିଛନ୍ତି। ଏହି ପ୍ରାର୍ଥୀମାନେ ଟିକେଟ ନ ପାଇବାରୁ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ପକ୍ଷରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ୨୧ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ରାତି ସୁଦ୍ଧା ଆଉ ୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିଦ୍ରୋହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଦଳର ବଡ଼ ବଡ଼ ନେତା ରହିଛନ୍ତି। ସେମାନେ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ(ରାମଟେକ ନିର୍ବାଚନମଣ୍ଡଳୀ), ଯଜ୍ଞବାଲକ ଜିଚକାର(କାଟୋଲ), କମଲ ବ୍ୟହ୍ବାରେ(କସବା), ମନୋଜ ସିନ୍ଦେ(କୋପ୍ରିପାଚପଖାଡ଼ି) ,ବଂ ଆବା ବାଗୁଲ(ପାର୍ବତୀ ନିର୍ବାଚନମଣ୍ଡଳୀ)। ଏମାନଙ୍କ ସହିତ ଅନ୍ୟ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିବା ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ନେତା ରମେଶ ଚେନ୍ନିଥାଲା କହିଛନ୍ତି। ଆସନ୍ତା ୨୦ ତାରିଖରେ ରାଜ୍ୟରେ ନିର୍ବାଚନ ହେବ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ।
Popular Categories



