www.samajalive.in
Sunday, December 7, 2025
15.1 C
Bhubaneswar

ମହାଦେବଙ୍କ କୃପାରୁ ଆଜି ବଦଳିବ ଏସବୁ ରାଶିଙ୍କ ଭାଗ୍ୟ: ସୋମବାର ରାଶିଫଳ

ମେଷ: ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଜ୍ଞାନର ପ୍ରଦୀପ ଆଭାରେ ଜନସାଧାରଣଙ୍କ ଅଜ୍ଞାନରୂପୀ ଅମା ଅନ୍ଧକାରକୁ ଆଲୋକିତ କରିପାରନ୍ତି। ପରିବାରରୂପୀ ସଂସ୍କାରଶାଳାକୁ ଆଦରି ନେବେ।
ବୃଷ: ପ୍ରାପ୍ତ କ୍ଷମତାର ସଦୁପଯୋଗ କଲେ ମହନୀୟ ରାଜପଦ ଓ ଅତୁଳ ରାଜ ସମ୍ପଦର ଅଧିକାରୀ ହୋଇପାରନ୍ତି। ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ଚାରୁଚନ୍ଦନା ଦେଇ ରମଣୀଙ୍କ ସାନ୍ନିଧ୍ୟ ମିଳିବ।
ମିଥୁନ: ଧୈର୍ଯ୍ୟ, ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ସଶକ୍ତ ଆତ୍ମ ବଳରେ ବଳୀୟାନ୍‌ ହେବେ; ମାତ୍ର ଶାରୀରିକ ଅସୁସ୍ଥତା ଯୋଗୁଁ କଠିନ ପରିଶ୍ରମରୁ ନିବୃତ୍ତ ରହିପାରନ୍ତି। ଧାର୍ମିକ ହେବେ।

କର୍କଟ:ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍ଧ କରି ତର୍କ ଶାସ୍ତ୍ର, ସାହିତ୍ୟ, ସଙ୍ଗୀତ, ନୃତ୍ୟ ସମାହାରର ରଚନାବଳୀ ଲୋକଲୋଚନକୁ ଆଣିପାରନ୍ତି।
ସିଂହ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଦୟାଧର୍ମରେ ବିଲୀନ ହୋଇପାରନ୍ତି। କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବେ।

- Advertisement -

କନ୍ୟା:ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ଆତ୍ମଶକ୍ତିକୁ ଜାଗ୍ରତ କରି ତା ଉପରେ ବିଶ୍ବାସ ରଖିଲେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଶୂନ୍ୟ ବ୍ରହ୍ମର ଆଶ୍ରିତ ହେବେ।
ତୁଳା: କୃଷିି କର୍ମରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ଅନ୍ୟ କୃଷକମାନଙ୍କୁ ବୈଷୟିକ ଦିଗ୍‌ଦର୍ଶନ ଦେଇପାରନ୍ତି। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ଉଦାର ଚରିତସମ୍ପନ୍ନ ହେବେ। ଦୟାଳୁ ହେବେ।
ବିଛା: ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ସତ୍ୟବାଦୀ ହେବେ। ବାଣିଜ୍ୟ କାରବାରରେ ନିଜକୁ ନିୟୋଜିତ କରିପାରନ୍ତି। ଭାଷା ପରମ କଲ୍ୟାଣୀୟ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ଧନୁ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ସର୍ବଦର୍ଶୀ ହେବେ। ସଞ୍ଚୟାଭିମୁଖୀ ହେବେ।
ମକର: ପରିଧାନରେ ପରିଚୟ ନଥାଏ। ଆପଣଙ୍କ କର୍ମ ପରିଚୟ ସୃଷ୍ଟି କରି ଚାଲିଛି। ବିବେକ ରୂପୀ ମହାର୍ଘ ସମ୍ପଦର ଅଧିକାରୀ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି।

କୁମ୍ଭ:ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ବାତ୍ତିକ ଭୋଜନରେ ନିଜେ ଖାଇବେ ଓ ଆତ୍ମୀୟଙ୍କୁ ଖୁଆଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହରୁ ନିବୃତ୍ତିଯାଇ ପାରନ୍ତି।
ମୀନ: ଏକାନ୍ତ ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ପାଇବେ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ। ସତ୍‌ସଙ୍ଗରୁ ଶାନ୍ତି ଉପଲବ୍ଧି କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories