www.samajalive.in
Sunday, December 7, 2025
26.1 C
Bhubaneswar

ହରିଦ୍ୱାର ଘଟଣା: ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ଲୋଡିଲେ ସୁପ୍ରିମକୋର୍ଟର ଆଇନଜୀବୀ

ନୂଆଦିଲ୍ଲୀ: ହରିଦ୍ୱାରରେ ଏକ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରିବା ଏବଂ ମୁସଲମାନଙ୍କ ବିରୋଧରେ ଅସ୍ତ୍ର ବ୍ୟବହାର କରିବାକୁ ଧର୍ମୀୟ ନେତାମାନେ ଦେଇଥିବା ଘୃଣାପୂର୍ଣ୍ଣ ଆହ୍ୱାନକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟର କେତେକ ପ୍ରତିଷ୍ଠିତ ଆଇନଜୀବୀ । ଏହି ଘଟଣାରେ ସେମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ସେମାନେ କହିଛନ୍ତି ନିକଟରେ ଦିଲ୍ଲୀ ଏବଂ ହରିଦ୍ୱାରରେ ଆୟୋଜିତ ଦୁଇଟି ପୃଥକ କାର୍ଯ୍ୟକ୍ରମରେ ମୁସଲମାନଙ୍କ ବିରୋଧରେ ହିଂସାକାଣ୍ଡ କରିବାକୁ ଆହ୍ୱାନ ଦିଆଯାଇଛି । ଏହିଭଳି ଘୃଣାପୂର୍ଣ୍ଣ ଭାଷଣ ଦେଇଥିବା ଲୋକଙ୍କ ନାମ ତାଲିକା ଦାଖଲ କରି ଆଇନଜୀବୀମାନେ ସର୍ବୋଚ୍ଚ ଅଦାଲତ ନିଜ ଆଡୁ ଏଭଳି ଜାତିଆଣ ବିଦ୍ୱେଷ ସୃଷ୍ଟିକାରୀ ଘଟଣାରେ ମାମଲା ରୁଜ୍ଜୁ କରିବାକୁ ନିବେଦନ କରିଛନ୍ତି । ଦୁଇଟିଯାକ ଘଟଣାରେ ପୁଲିସ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସର୍ବୋଚ୍ଚ ଅଦାଲତ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବାକୁ ସେମାନେ ଆବେଦନରେ ଉଲ୍ଲେଖ କରିଛନ୍ତି । ପ୍ରଧାନ ବିଚାରପିଙ୍କୁ ପତ୍ର ଲେଖିଥିବା ସୁପ୍ରିମକୋର୍ଟର ୭୬ ଜଣ ଆଇନଜୀବୀଙ୍କ ମଧ୍ୟରେ ଦୁଶ୍ୟନ୍ତ ଡାଭେ, ପ୍ରଶାନ୍ତ ଭୂଷଣ ଏବଂ ବ୍ରିନ୍ଦା ଗ୍ରୋଭର, ସଲମନ ଖୁର୍ସିଦ ଏବଂ ପାଟନା ହାଇକୋଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ ପ୍ରମୁଖ ରହିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଦୁଇଟିଯାକ ଘଟଣାରେ ଦିଆଯାଇଥିବା କେବଳ ଘୃଣାପୂର୍ଣ୍ଣ ନୁହେଁ, ତାହା ଏକ ସଂପ୍ରଦାୟକୁ ସମ୍ପୂର୍ଣ୍ଣ ଭାବରେ ହତ୍ୟା କରିବାକୁ ଏକ ଖୋଲା ଆହ୍ୱାନ । ଏଭଳି ଆହ୍ୱାନ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତା ପ୍ରତି ବିପଦ ସୃଷ୍ଟି କରିବା ସହିତ କୋଟି କୋଟି ମୁସଲମାନ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ରହିଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories