ହାର୍ଦିକ ପଟେଲଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

0

ଅହମ୍ମଦାବାଦ : ଗୁଜରାଟର ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‌) ନେତା ହାର୍ଦିକ ପଟେଲଙ୍କ ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ହାର୍ଦିକଙ୍କୁ ୨୦୧୭ ନଭେମ୍ବରରେ ଗୁଇନ୍ଦା ବିଭାଗ ପକ୍ଷରୁ ‘ୱାଇ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌)ର ୮ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ତାଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ଥିଲେ। ଗୁଇନ୍ଦା ବିଭାଗ ହାର୍ଦିକଙ୍କ ସୁରକ୍ଷା ସମ୍ବନ୍ଧରେ ଯାଞ୍ଚ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ନ ଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ନିର୍ଦେଶ ଦେଇଥିଲେ ବୋଲି କୁହାଯାଉଛି।

Leave A Reply