BJD Bijuli 480×75 Mob

ବାଇକ ଦୁର୍ଘଟଣା- ଜଣେ ମୃତ

BJD Bijuli 480×75 Mob

ହରଭଙ୍ଗା -ବୌଦ୍ଧ ଜିଲ୍ଳା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ମାଧପୁର ସ୍ଥିତ ବନଦୁର୍ଗାମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳେ ଆଡେନିଗଡ଼ ଗ୍ରାମର ଅଙ୍ଗଦ କହଁର ଓଆର୨୭ ୨୮୮୫ ଏକ ବାଇକଯୋଗେ ବାଣୀଗୋଚ୍ଛାରୁ ନିଜ ଗ୍ରାମ ଆଡେନିଗଡ଼କୁ ଫେରୁଥିବା ସମୟରେ ବନଦୁର୍ଗା ମନ୍ଦିର ନିକଟରେ ଭାରସାମ୍ୟହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦମକଳ ବାହିନୀ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ପଠାଇଥିଲେ । ଅଡେନିଗଡ଼ ପୋଲିସ ପହଂଚି ଘଟଣା ର ତଦନ୍ତ ଜାରି ରଖିଛି ।

Comments are closed.