ଡେଙ୍ଗୁରେ ପ୍ଲାନିଂ ଯୁଗ୍ମ ନିର୍ଦେଶକଙ୍କ ମୃତ୍ୟୁ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଛତ୍ରପୁର ନିବାସୀ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ଲାନିଂ ଯୁଗ୍ମ ନିର୍ଦେଶକ ଚତୁର୍ଭୁଜ ସାହୁ (୫୬)ଙ୍କ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ କିଛିଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବୁଲୁରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କର ଏଭଳି ଅକାଳ ବିୟୋଗ ଖବର ଜଣାପଡିବାପରେ ଜଣାଶୁଣା ପରିଚିତ ମହଲରେ ଶୋକରଛାୟା ଖେଳିଯାଇଛି । ବୁଧୁବାର ଛତ୍ରପୁର ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁଅ ସ୍ଵନନ୍ଦ ସ୍ୱରୂପ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଟାଭାଷୀ, ପରୋପକାରୀ, ବନ୍ଧୁବସ୍ଥଳ ବ୍ୟକ୍ତି ଥିଲେ ।
Comments are closed.