www.samajalive.in
Sunday, December 7, 2025
18.1 C
Bhubaneswar

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଲୋକାର୍ପଣ ବିଳମ୍ବ 

ହରଭଙ୍ଗା : ବୌଦ୍ଧଜିଲ୍ଲାର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ସରିଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ଲୋକାର୍ପଣରେ ଅହେତୁକ ବିଳମ୍ବର କାରଣ ବୁଝାପଡୁନି। ଲୋକାର୍ପଣକୁ ନେଇ ଉଭୟ ପଟର ଜନସାଧାରଣ ଆଶା ଆଶଙ୍କାରେ ରହିଥିବା ଜଣାପଡିଛି। ଏହାର ଉତର ପୂର୍ତବିଭାଗ ପାଖରେ ନଥିବା ମଧ୍ୟ ଜଣାପଡିଛି। ସେତୁ ଲୋକାର୍ପଣ କେଉଁ କାରଣରୁ ବିଳମ୍ବ ହେଉଛି ତାହା ମଧ୍ୟ ବୁଝା ପଡୁନାହିଁ। ଆଗକୁ ନିର୍ବାଚନ ରହିଥିବାରୁ ନିର୍ବାଚନ ପାଖାପାଖି ସେତୁ ଲୋକାର୍ପଣ କରାଯିବାର ଯୋଜନା ଥିବା କୁହାଯାଉଛି। ମାତ୍ର ନିର୍ମାଣର ପାଖାପାଖି ଦୀର୍ଘ ଏକବର୍ଷ ପରେ ସେତୁ ଲୋକାର୍ପଣରେ ବିଳମ୍ବ କାରଣ ବୁଝାପଡୁନାହିଁ।
ପ୍ରକାଶ ଯେ ୨୦୧୬ ମସିହାରେ ନାର୍ବାଡ ସହାୟତାରେ ୧୬୮କୋଟି ଟଙ୍କା ବ୍ୟୟବରାଦରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୮୭ପିଲର ବିଶିଷ୍ଟ ସେତୁର ଲମ୍ବ ୩ କିଲୋମିଟର ୩୨ମିଟର ରହିଛି। ଏହାର ଓସାର ଦୁଇପାଶ୍ୱର୍ ଫୁଟପାଥକୁ ମିଶାଇ ସାଢେ ୧୧ ମିଟର ରହିଛି। ମହାନଦୀ ଭିତରେ ୫୯ଟି ଓ ନଦୀ ଉପରେ ୨୮ଟି ପିଲାର ନିର୍ମାଣ କରାଯାଇଛି। ସେତୁକୁ ଧଳପୁର ପାଶ୍ୱର୍ରୁ ସଂଯୋଗ କରୁଥିବା ଆପ୍ରୋଚ ରାସ୍ତାର ଲମ୍ବ ୭୬୦ ମିଟର ରହି ଥିବାବେଳେ ଆଠମଲ୍ଲିକ ପାଶ୍ୱର୍ର ଆପ୍ରୋଚ ରାସ୍ତାର ଲମ୍ବ ୧୪୬୦ ମିଟର ରହିଛି।
ସୂଚନା ଥାଉ କି ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ବୌଦ୍ଧ ,ପୁରୁଣାକଟକ ଏବଂ ହରଭଙ୍ଗା, ପଟୁ ତିନିଗୋଟି ରାସ୍ତା ସଂଯୋଗ ରହିଛି। ବର୍ତମାନ ହରଭଙ୍ଗା-ଧଳପୁର ,ପୁରୁଣାକଟକ -ଧଳପୁର ,ବୌଦ୍ଧ -ଧଳପୁର ରାସ୍ତା ସେତୁକୁ ସଂଯୋଗ ପାଇଁ ସୁବିଧା ରହିଛି। ବର୍ଷାଦିନେ ବନ୍ୟା ଯୋଗୁଁ ହରଭଙ୍ଗା -ଧଳପୁର ଏବଂ ବୌଦ୍ଧ -ଧଳପୁର ରାସ୍ତା ପାଣିଘେରରେ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ସିଧାସଳଖ ସେତୁକୁ ସଂଯୋଗ ପାଇଁ ବୌଦ୍ଧର ପୁରୁଣାକଟକ ୫୭ ନମ୍ବର ଜାତୀୟ ରାଜପଥ ଠାରୁ ଭାୟା କାନପୁର-ପିତାମ୍ବରପୁର-ଫୁଲଝରୀ, ଇନ୍ଦ୍ରପୁର, ରାଜିଂ,-ଜିରାଡ-ଟଭାପଦର- ଚନ୍ଦ୍ରଶେଖରପୁର-ପଲଶାକୁଟୁଣି-ସାକୁଶିଙ୍ଗା-ପରମାନନ୍ଦପୁର- ଖରଶଙ୍କୁଲେଇ ପର୍ଯ୍ୟନ୍ତ ଦୀର୍ଘ ୧୧.୩୨୮ କିଲୋମିଟରର ନୂଆ ସଡକ ପୂର୍ତବିଭାଗ ଦ୍ୱାରା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି। ନୂଆ ସଡକ ନିର୍ମାଣ ପାଇଁ ସମୁଦାୟ ୯୨ ଏକର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି। ସେଥିରୁ ୬୩ ଏକର ବେସରକାରୀ ଏବଂ ୨୯ ଏକର ସରକାରୀ ଜମି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଡୁଛି। ଉକ୍ତ ରାସ୍ତା ଉପରେ ଥିବା ୧୨ଟି ଗ୍ରାମବାସୀଙ୍କ ୬୩ ଏକର ବେସରକାରୀ ଜମିଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେହିପରି ହରଭଙ୍ଗା-ଧଳପୁର ରାସ୍ତା ବନ୍ୟାରେ ପ୍ରଭାବିତ ହେଉଥିବାରୁ ଉଚ୍ଚତା ସମ୍ପନ୍ନ ରାସ୍ତା ଏବଂ ଓସାର ବୃଦ୍ଧି ଦିଗରେ ଦୃଷ୍ଟି ଦେବା ଜରୁରୀ ରହିଛି। ଲୋକାର୍ପଣ ବିଳମ୍ବକୁ ନେଇ ହରଭଙ୍ଗା-ଧଳପୁର-ଆଠମଲ୍ଲିକ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories