www.samajalive.in
Sunday, December 7, 2025
14.1 C
Bhubaneswar

ବୃଦ୍ଧି ପାଉଛି ଚର୍ମବିଣ୍ଡି ସଂକ୍ରମଣ,ଘାରିଲାଣି ବନ୍ୟପ୍ରାଣୀଙ୍କ ସୁରକ୍ଷା ଚିନ୍ତା

ହରଭଙ୍ଗା : ବନ୍ୟଜନ୍ତୁଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ଅଭୟାରଣ୍ୟ ପାଶ୍ୱବର୍ତୀ ଗାଁ ଗୁଡିକରେ ଗାଈ, ଗୋରୁ, ଛେଳି, ମେଣ୍ଢା ଏବଂ ପୋଢ ଏବଂ ମଇଁଷି ଭଳି ଗୃହପାଳିତ ପ୍ରାଣୀମାନଙ୍କର ପ୍ରତିଷେଧକ ଟୀକାକରଣ କରାଯାଇଥାଏ।ସମ୍ପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଚର୍ମବିଣ୍ଡି ରୋଗର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସଂକ୍ରାମକ ରୋଗ ବର୍ତମାନ ଉଭୟ ପ୍ରାଣିଚିକିତ୍ସା ବିଭାଗ ଏବଂ ପ୍ରାଣି ପାଳକଙ୍କ ଚିନ୍ତା ବଢାଇଛି। ଅଭୟାରଣ୍ୟ ପାଶ୍ୱର୍ବର୍ତୀ ଗାଁ ଗୁଡିକରେ ସଂକ୍ରମଣ ବୃଦ୍ଧି ଘଟିଲେ ଆଗକୁ ଏହି ମାରାତ୍ମକ ରୋଗରେ ବନ୍ୟଜନ୍ତୁ ଆକ୍ରାନ୍ତହେବା ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ପାଶ୍ୱବର୍ତୀ ଗାଁ ଗୁଡିକରେ ମାରାଥନ ପ୍ରତିଷେଧକ ଟୀକାକରଣ କରାଯିବାର ସମୟ ଆସିଛି।
ପ୍ରକାଶ ଯେ ହରଭଙ୍ଗା ବ୍ଲକର କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ରେଞ୍ଜ ଅଧିନରେ ୨୦ରୁ ଅଧିକ ଅଭୟାରଣ୍ୟ ପାଶ୍ୱବର୍ତୀ ଗାଁ ରହିଛି। ଏହି ଗାଁ ଗୁଡିକରେ ଲୋକେ ଗାଈ, ଗୋରୁ, ଛେଳି, ମେଣ୍ଢା, ପୋଢ, ମଇଁଷି ଭଳି ଗୃହପାଳିତ ପ୍ରାଣି ପାଳନ କରିଥାନ୍ତି। ପ୍ରାୟ ସମୟରେ ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅଭୟାରଣ୍ୟ ମଧ୍ୟରେ ରହିଥିବା ଜଙ୍ଗଲରେ ଚରାବୁଲା କରିଥାନ୍ତି।ଏମାନଙ୍କଠାରୁ ବନ୍ୟଜନ୍ତୁଙ୍କୁ ବିଭିନ୍ନ ରୋଗର ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ସଂକ୍ରାମକ ରୋଗ ପ୍ରତିରୋଧ ଯୋଜନାରେ ଅଭୟାରଣ୍ୟ ପାଶ୍ୱବର୍ତୀ ଗାଁ ଗୁଡିକରେ ପ୍ରତିବର୍ଷ ଫାଟୁଆ, ବଜବଜିଆ, ସାହାଣା ଆଦି ସଂକ୍ରମଣ ରୋଗର ପ୍ରତିଷେଧକ ଟୀକାକରଣ କରାଯାଇ ବନ୍ୟଜନ୍ତୁଙ୍କୁ ସଂକ୍ରମଣ ରୋଗରୁ ସୁରକ୍ଷା କରାଯାଇଥାଏ। ବର୍ତମାନ ହରଭଙ୍ଗା ଅଂଚଳରେ ଲମ୍ପି ସ୍କିନ ରୋଗର ପାର୍ଦୁଭାବ ବୃଦ୍ଧି ଘଟୁଛି। ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଗୃହପାଳିତ ପ୍ରାଣୀଙ୍କ ଠାରୁ ଏହି ରୋଗ ବନ୍ୟଜନ୍ତୁଙ୍କୁ ବ୍ୟାପିଲେ ଏହାକୁ ରୋକିବା ମୁସ୍କିଲ ହୋଇପଡିବ। ଏହାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଭୟାରଣ୍ୟ ପାଶ୍ୱବର୍ତୀ ଗାଁ ଲୋକଙ୍କୁ ସଚେତନ କରିବା ସହିତ ତୁରନ୍ତ ଏସବୁ ଗାଁ ଗୁଡିକରେ ଆଗୁଆ ପ୍ରତିଷେଧକ ଟୀକାକରଣ କରାଯିବା ଜରୁରୀ ହୋଇପଡିଛି। ନଚେତ୍ ଚର୍ମବିଣ୍ଡି ରୋଗର ସଂକ୍ରମଣ ବନ୍ୟଜନ୍ତୁଙ୍କୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ଏ ଦିଗରେ ବନ୍ୟପ୍ରାଣୀ ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories