ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଶପଥନେଲେ ସରକାରୀ କର୍ମଚାରୀ
ହରଭଙ୍ଗା: ଆଜିଠାରୁ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପଜିଲ୍ଲାପାଳ ସନତ କୁମାର ନାଏକ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସି.ଡି.ଏମ.ଓ ଡା. ଅଭୟ କୁମାର ଦାସ, ସି.ଡି.ଭି.ଓ ପ୍ରଦୀପ କୁମାର ରଥ, ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ, ହରଭଙ୍ଗା ବି.ଡି.ଓ ରବୀନ୍ଦ୍ରନାଥ କହଁର, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ବ୍ଲକସ୍ତରୀୟ କର୍ମଚାରୀ ଯୋଗଦାନ କରିଥିଲେ । ଅଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିମୁକ୍ତ ସମାଜ ଗଠନ ସାଙ୍ଗକୁ ଦୁର୍ନୀତି ବିରୋଧରେ ସ୍ୱରଉତ୍ତୋଳନ ଏବଂ ସଚେତନତା ସୃଷ୍ଟି ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।
Comments are closed.